Posted inଖେଳ

ପିତାଙ୍କ ଖବର ଶୁଣି ଏମିତି ପଡିଆକୁ ଓହ୍ଲାଇଲେ ଏହି ଖେଳାଳି

ଆଇପିଏଲର ୪୩ତମ ମୁକାବିଲାରେ କିଙ୍ଗସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ପଞ୍ଜାବ ମ୍ୟାଚ ଜିତି ଥିଲା ସତ, କିନ୍ତୁ ଦଳର ଜଣେ ଖେଲାଳି ବେଶ୍‌ ଦୁଃଖି ଥିଲେ। ସେ ହେଉଛନ୍ତି ଓପନିଂ ବ୍ୟାଟ୍ସମ୍ୟାନ୍‌ ମନଦୀପ ସିଂ। କାରଣ ମ୍ୟାଚର ଦିନକ ପୂର୍ବେ ମନଦୀପଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ଏହି ସାହସ ପାଇଁ ଏବେ ସେ ଚର୍ଚ୍ଚାରେ ଅନ୍ତି। ସମସ୍ତେ ତାଙ୍କୁ ସଲାମ ମଧ୍ୟ କରୁଛନ୍ତି। ଏପରିକି ମାଷ୍ଟର୍‌ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର ମଧ୍ୟ ମନଦୀପଙ୍କୁ ସଲାମ କରିଛନ୍ତି। ସଚିନ ମଧ୍ୟ ୧୯୯୯ରେ ବିଶ୍ୱକପ ଖେଳୁଥିବା ବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଶୁକ୍ରବାର ମନଦୀପଙ୍କ ପିତା ହରଦେବ ସିଂହଙ୍କ ମୃତ୍ୟୁ ଖବର ପାଇବା ସତ୍ତ୍ୱେ ମନଦୀପ ଟିମ ସହ ରହିଥିଲେ। ଏବଂ ଭାରତ ଫେରିବା ବଦଳରେ ସେ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଖେଳିବାକୁ ଓହ୍ଲାଇଥିଲେ। ମନଦୀପଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପଞ୍ଜାବ ଟିମର ଖେଳାଳିମାନେ ହାତରେ କଳା ରଙ୍ଗର ବ୍ୟାଣ୍ଡ ପିନ୍ଧି ମଇଦାନକୁ ଓହ୍ଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକିରେ ଇତିହାସ ରଚିଲା ଓଡ଼ିଶା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬ା୧୧(ସରୋଜ ଜେନା): ଚେନ୍ନାଇରେ ଅନୁଷ୍ଠିତ ୧୪ତମ ଜାତୀୟ ସିନିୟର ହକି ଚାମ୍ପିୟନଶିପ୍‌ରେ ଶନିବାର ହରିୟାଣାକୁ ୫-୧ରେ ହରାଇ ଓଡ଼ିଶା ପ୍ରଥମ ଥର ଚାମ୍ପିୟନ ଆଖ୍ୟା ଅର୍ଜନ...

ପାକିସ୍ତାନର ମନ୍ଦ ଉଦ୍ଦେଶ୍ୟକୁ ନେଇ ଆଇସିସିର ବଡ଼ ଘୋଷଣା: ଭାରତ ଆସିବ ଚାମ୍ପିଅନ୍ସ ଟ୍ରଫି…

ନୂଆଦିଲ୍ଲୀ,୧୬।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ର କାର୍ଯ୍ୟସୂଚୀକୁ ଉତ୍ସାହର ସହିତ ଅପେକ୍ଷା କରିଛି। ଏହି ଟୁର୍ନାମେଣ୍ଟକୁ ପାକିସ୍ତାନ ଆୟୋଜନ କରିବାକୁ ଥିବା ବେଳେ ପାକିସ୍ତାନ...

ଟିମ୍‌ ଇଣ୍ଡିଆରେ ଆଉ ନଜର ଆସିବେନି ସୂର୍ଯ୍ୟକୁମାର ଯାଦବ! ମନେ ପକାଇବେ ପ୍ରଶଂସକ, ଏ ହେଉଛି କାରଣ…

ନୂଆଦିଲ୍ଲୀ,୧୬।୧୧: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ସ୍ମରଣୀୟ ପାଲଟିଛି। ଦଳ ୪ ମ୍ୟାଚ୍‌ର ଟି୨୦ ସିରିଜର ୩-୧ରେ ବାଜି ମାରିଛି।...

ମାର୍କ କିଙ୍ଗ୍‌ ୫ ବର୍ଷ ବାସନ୍ଦ

ଶିଫିଲ୍ଡ, ୧୬ା୧୧ (ଏପି): ଇଂଲିଶ ସ୍ନୁକର ଖେଳାଳି ମାର୍କ କିଙ୍ଗ୍‌ଙ୍କୁ ଶୁକ୍ରବାର ୫ ବର୍ଷ ବାସନ୍ଦ କରାଯାଇଛି। ମ୍ୟାଚ ଫିକ୍ସିଂ କରିବା ଓ ଟୁର୍ନାମେଣ୍ଟର ଭିତିରି...

ଆଇପିଏଲ୍‌ ନିଲାମିରେ ୫୭୪ ଖେଳାଳି

ନୂଆଦିଲ୍ଲୀ, ୧୬ା୧୧ (ପି.ଟି.): ଆଗାମି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୫ ପାଇଁ ଖେଳାଳି ନିଲାମି ନଭେମ୍ବର ୨୪ ଓ ୨୫ରେ ସାଉଦି ଆରବର ଜେଦାହଠାରେ...

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ ଭାଙ୍ଗିଦେଲେ ତିଳକ ବର୍ମା

ସେଞ୍ଚୁରିୟନ୍‌,୧୬।୧୧: ତିଳକ ବର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିସ୍ଫୋରକ ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ରେ ଟିମ...

ଦ୍ଵିତୀୟ ଥର ପାଇଁ ବାପା ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୬/୧୧: ଖୁସି ଖବର ଦେଲେ ଭାରତୀୟ କ୍ରିକେଟର ରୋହିତ ଶର୍ମା। ସେ ଦ୍ଵିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରିତିକା ଏକ ପୁତ୍ର...

ପାଞ୍ଚ ମ୍ୟାଚରେ ତିନି ଶତକ ସହିତ ଅନେକ ରେକର୍ଡ ଭାଙ୍ଗିଲେ ସାମସନ୍: ପଛରେ ପଡିଲେ ଧୋନୀ, ପନ୍ତ, ରାହୁଲ ଏବଂ ଇଶାନ୍

ନୂଆଦିଲ୍ଲୀ,୧୪ା୧୧: ଭାରତ ଏବଦଖିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜର ଚତୁର୍ଥ ମୁକାବିଲାରେ ଭାରତୀୟ ବ୍ୟାଟରମାନେ ଅନେକ ରେକର୍ଡ ଭାଙ୍ଗିଛନ୍ତି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri