Categories: ଖେଳ

ସ୍ପିନ୍‌ରଙ୍କୁ ଦେଖି ପାଟିରେ ପାଣି ଆସିଯାଇଥିଲା, କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ୟୁଏଇ,୨।୧୦: ଆଇପିଏଲର ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୪୮ ରନରେ କିଙ୍ଗସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଏହି ବିଜୟର ସବୁଠାରୁ ବଡ ହିରୋ ଥିଲେ ମୁମ୍ବାଇର ଅଲରାଉଣ୍ଡର ତଥା ସବୁଠାରୁ ଅଭିଜ୍ଞ ଖେଳାଳି କିରନ ପୋଲାର୍ଡ। ସେ ମାତ୍ର ୨୦ ବଲରୁ ୪୭ ରନର ଦ୍ରୁତ ଇନିଂସ ଖେଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ପାଣ୍ଡ୍ୟା ମଧ୍ୟ ୧୧ ବଲରୁ ୩୦ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଉଭୟ ଶେଷ ଓଭରରେ ୨୫ ରନ ସଂଗ୍ରହ କରିଥିଲେ। ମ୍ୟାଚ ପରେ ମ୍ୟାଚ ପରେ ତାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ସହ ଆଲୋଚନାବେଳେ ହାର୍ଦ୍ଦିକ କହିଛନ୍ତି ଯେ, ୨୦ ଓଭରରେ ଅଫ ସ୍ପିନର ବୋଲିଂ କରିବାକୁ ଆସିବା ଦେଖି ପାଟିରେ ପାଣି ଆସିଯାଇଥିଲା। ସୂଚନାଯୋଗ୍ୟ, ପଞ୍ଜାବ ଅଧିନାୟକ କେଏ୍‌ ରାହୁଲ ଶେଷ ଓଭରରେ ଅଫ୍‌ ସ୍ପିନର୍‌ କୃଷ୍ଣାପା ଗୌତମଙ୍କୁ ବୋଲିଂ ଦେଇଥିଲେ। ୨୦ ଓଭରରେ ପୋଲାର୍ଡ ଏବଂ ପାଣ୍ଡ୍ୟାଙ୍କ ଯୋଡି ୪ଟି ଛକା ମାରିଥିଲେ। ଶେଷ ୩ଟି ବଲରେ ପୋଲାର୍ଡ ଲଗାତର ୩ଟି ଛକା ମାରିଥିଲେ। ପାଣ୍ଡ୍ୟା ଓଭରର ଦ୍ୱିତୀୟ ବଲରେ ଛକା ମାରିଥିଲେ।

Share