Categories: ଖେଳ

ଶୂନରେ ଆଉଟ୍‌ ହେବାପରେ ଡ୍ରେସିଂ ରୁମ୍‌ରେ ଖାଉଥିଲେ ପୃଥ୍ବୀ ଶ’, ଆଉ ତା’ପରେ

ଆଇପିଏଲ୍‌ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କ ମିଶ୍ରିତ ପ୍ରଦର୍ଶନ ଜାରି ରହିଛି। ଏହି ଟୁର୍ନାମେଣ୍ଟରେ ସେ ୯ଟି ମ୍ୟାଚ ଖେଳି ହାରାହାରି ୨୩.୫୨ରେ ୨୦୨ ରନ ସଂଗ୍ରହ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଶ’ ଶୂନରେ ଆଉଟ୍‌ ହୋଇଥିଲେ। ଏହାପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା। ୨.୪ ଓଭରରେ ୧ ଉଇକେଟ ହରାଇ ଦିଲ୍ଲୀ କ୍ୟାପିଲଟ୍ସ ସ୍କୋର ୧୩ ଥିବାବେଳେ ପୃଥ୍ବୀ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ। ଏହି ସମୟ ମଧ୍ୟରେ କ୍ୟାମେରା ଦିଲ୍ଲୀ କ୍ୟାପିଟାଲ୍ସର ଡ୍ରେସିଂ ରୁମର ଦୃଶ୍ୟକୁ କଏଦ କରିଥିଲା। ସେହି ସମୟରେ ଆଉଟ୍‌ ହୋଇ ଡ୍ରେସିଂ ରୁମରେ ଶ’ ପ୍ଲେଟ ଧରି କିଛି ଖାଉଥିବା ଦେଖିବାକୁ ମିଳିଥିଲା, ଏହି କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା। ଭୋକିଲା ଥିବାରୁ ସେ ଜଲ୍‌ଦି ଆଉଟ୍‌ ହୋଇଗଲେ ବୋଲି ୟୁଜର୍ସ କହିଛନ୍ତି। ଶାରଜାରେ ଦିଲ୍ଲୀ କ୍ୟାପଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ର ଦ୍ୱିତୀୟ ଇନିଂସର ଦ୍ୱିତୀୟ ବଲରେ ଶୂନ କରି ଶ’ ଆଉଟ୍‌ ହୋଇଥିଲେ। ଏହି ମ୍ୟାଚରେ ୧୮୦ ରନ୍‌ର ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଶିଖର ଧାୱନଙ୍କ ଶତକ ବଳରେ ବିଜୟ ହାସଲ କରିଥିଲା।