Categories: ଖେଳ

ସୋରିଷ କ୍ଷେତରେ ଶାହରୁଖ ଖାନ୍‌ଙ୍କ ଭଳି ନଜର ଆସିଲେ ଏହି ବିଦେଶୀ ଖେଳାଳି

ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି। ଦୀର୍ଘ ଫିଲ୍ମ କ୍ୟାରିଅରରେ ସେ ଅନେକ ହିଟ ଫିଲ୍ମ ଦେଇଥିଲେ। ସେଥିମଧ୍ୟରୁ ଶାହରୁଖ ଖାନ୍‌ ଏବଂ କାଜଲଙ୍କ ନିର୍ମିତ ଦିଲ୍‌ଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ ବେଶ୍‌ ଲୋକପ୍ରିୟ ହୋଇଥିଲା। ଏହି ଚଳଚ୍ଚିତ୍ରରେ,ହଳଦିଆ ସୋରିଷ କ୍ଷେତରେ ଶାହାରୁଖ ଖାନ ଏବଂ କାଜଲଙ୍କ ହିଟ ଦୃଶ୍ୟକୁ ଏବେ ବି ଦର୍ଶକ ମନେ ରଖିଛନ୍ତି। ଅକ୍ଟୋବର ୨୦, ୧୯୯୫ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ନିକଟରେ ୨୫ ବର୍ଷ ପୂରଣ କରିଛି। ଏହି ଅବସରରେ ୟୁଏଇରେ ଆଇପିଏଲ୍‌ ଖେଳୁଥିବା ରାଜସ୍ଥାନ ରୟାଲ୍ସର ବିଦେଶୀ ଖେଳାଳି ଡେଭିଡ୍‌ ମିଲର୍‌ ଖାସ୍‌ ଅନ୍ଦାଜ୍‌ରେ ଫିଲ୍ମକୁ ମନେ ପକାଇଛନ୍ତି। ସୋରିଷ କ୍ଷେତ ମଝିରେ ମିଲର୍‌ ଛିଡା ହୋଇଥିବା ଫଟୋ ଉଠାଇ ନିଜ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହାର କ୍ୟାପଶନ୍‌ରେ ସେ ଲେଖିଛନ୍ତି, ଡିଡିଏଲ୍‌ଜେର ୨୫ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା। ମିଲର୍‌ଙ୍କ ଏହି ଫଟୋକୁ ମଧ୍ୟ ରାଜସ୍ଥାନ ରୟାଲ୍ସର ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟରେ ଶେୟାର କରାଯାଇଛି।

Share