ଚଳିତବର୍ଷ ଆଇପିଏଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ୍ କରାଇବା ପାଇଁ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି ଅଧିନାୟକ ବିରାଟ କୋହଲି। ଏଥର ଟିମ୍ ସନ୍ତୁଳିତ ଅଛି, ଟାଇଟଲ୍ ବିଜୟ ପାଇଁ ପ୍ରସ୍ତୁତ ଅଛୁ ବୋଲି କୋହଲି କହିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ସେ କରତରେ ନିଜ ବ୍ୟାଟ୍ ସଜାଡୁଥିବା ଦେଖାଯାଇଛି। ଏହାର କ୍ୟାପଶନ୍ରେ ଲେଖିଛନ୍ତି ଛୋଟ ଛୋଟ ଜିନିଷ ବହୁତ୍ ମହତ୍ତ୍ୱ ରଖେ। ବ୍ୟାଟିଂ ସମୟରେ ବ୍ୟାଟ୍ର ବାଲାନ୍ସ ସଠିକ୍ ରହିବା ଆବଶ୍ୟକ। ବ୍ୟାଟ୍ର କିଛି ସେଣ୍ଟିମିଟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ତେଣୁ ମୋତେ ମୋ ବ୍ୟାଟ୍ର ଯତ୍ନ ନେବା ବହୁତ ପସନ୍ଦ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୦୯ ଏ୧ଂ ୨୦୧୬ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲରେ ପହଞ୍ଚିଥିଲା। କିନ୍ତୁ ବିଜୟ ହାସଲ କରିପାରି ନ ଥିଲା। ଏପର୍ଯ୍ୟନ୍ତ ବେଙ୍ଗାଲୁରୁ ଟିମ୍ ଆଦୌ ଟାଇଟଲ୍ ବିଜୟ କରିନାହିଁ। ୨୦୧୬ ଅପେକ୍ଷା ଚଳିତବର୍ଷ ଦଳ ବେଶ୍ ସନ୍ତୁଳିତ ଅଛି। ତେଣୁ ଏଥର ବିଜୟ ହାସ କରିବାକୁ ଯଥାସମ୍ଭବ ଚେଷ୍ଟା କରିବୁ ବୋଲି ସେ ବିରାଟ କୋହଲି କହିଛନ୍ତି।