ଆଇପିଏଲ୍ର ଏକ ମ୍ୟାଚ୍ରେ ଡେଭିଡ ୱାର୍ଣ୍ଣରଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ ପୂର୍ବରୁ ଦୁଇଟି ମ୍ୟାଚ ଜିତିଥିଲା। ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟରଙ୍କୁ ମନ୍ଥର ଓଭର ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଚଳିତ ଆଇପିଏଲ୍ରେ ଶ୍ରେୟାସ ଆୟର ହେଉଛନ୍ତି ଦ୍ୱିତୀୟ ଅଧିନାୟକ ଯାହାଙ୍କ ନାଁରେ ଜରିମାନା କରାଯାଇଛି। ତାଙ୍କ ପୂର୍ବରୁ ଆରସିବି ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଜରିମାନା କରାଯାଇଛି। ଆଇପିଏଲ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଆଇପିଏଲ ଆଚରଣ ବିଧି ଅନୁଯାୟୀ ଆୟାରଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମନ୍ଥର ଓଭର ହାରର ଏହା ପ୍ରଥମ ଘଟଣା।