Categories: ଖେଳ

ଅନୁଷ୍କାଙ୍କୁ ପଡିଆରୁ ଇସାରାରେ ଏମିତି କହିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବଶୀଘ୍ର ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ଶର୍ମା ଆସନ୍ତା ବର୍ଷ ଜାନୁଆରୀରେ ନିଜ ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେବେ। ବିରାଟ କୋହଲି ଏବେ ୟୁଏଇରେ ଚାଲିଥିବା ଆଇପିଏଲ ୨୦୨୦ରେ ବ୍ୟସ୍ତ ଅଛନ୍ତି। ଅନୁଷ୍କା ମଧ୍ୟ ତାଙ୍କ ସହ ୟୁଏଇରେ ଅଛନ୍ତି ଏବଂ ଷ୍ଟାଡିୟମରେ ଉପସ୍ଥିତ ରହି ବିରାଟଙ୍କ ଉତ୍ସାହ ବଢାଉଥିବା ଦେଖିବାକୁ ମିଳିଛି। ବିରାଟ କ୍ରିକେଟରେ ବ୍ୟସ୍ତ ଥାଇପାରନ୍ତି, କିନ୍ତୁ ଅନୁଷ୍କାଙ୍କ ଯତ୍ନ ନେବାକୁ ଭୁଲିନାହାନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ପଡ଼ିଆରେ ଥାଇ କୋହଲି ଅନୁଷ୍କାଙ୍କୁ ଇସାରାରେ ଖାଦ୍ୟ ଖାଇବା ବିଷୟରେ ପଚାରୁଛନ୍ତି। ଷ୍ଟାଣ୍ଡରେ ଠିଆ ହୋଇଥିବା ଅନୁଷ୍କା ହସୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଭିଡିଓଟି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ବୋଲି ଜଣାପଡିଛି। ଏହି ମ୍ୟାଚ୍‌ରେ ଆରସିବିକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ପ୍ରଥମେ ବ୍ୟାଟିଂ କରି ଆରସିବି ୨୦ ଓଭରରେ ୬ ଉଇକେଟ ହରାଇ୧୪୫ ରନ ସଂଗ୍ରହ କରିଥିଲା, ଏହାର ଜବାବରେ ଚେନ୍ନାଇ ସୁପର କିଙ୍ଗ୍ସ ୮ ଉଇକେଟ୍‌ରେ ବିଜୟ ହାସଲ କରିଥିଲା।

Share