Advertisement
Categories: ଖେଳ

ଦଳ ପାଇଁ ଓପନିଂ କରିବାକୁ ଚାହୁଁଛନ୍ତି ଚହଲ, ମନା କରିବାରୁ କୋଚଙ୍କ ଅବସ୍ଥା ହେଲା ଏମିତି

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ର ସ୍ପିନ୍‌ ବୋଲର୍‌ ୟୁଜବେନ୍ଦ୍ର ଚହଲ କେବଳ ପଡିଆରେ ନୁହେଁ ବାହାରେ ମଧ୍ୟରେ ବେଶ୍‌ ଚର୍ଚ୍ଚାରେ ଥାନ୍ତି। ନିଜ ମଜାକିଆ ଅନ୍ଦାଜ ପାଇଁ ପରିଚିତ ଚହଲଙ୍କୁ ବୋଲିଂ ସହ ବ୍ୟାଟିଂ କରିବାକୁ ବେଶ୍‌ ପସନ୍ଦ। ସେ ଟପ୍‌ ଅର୍ଡରରେ ଖେଳିବାକୁ ଚାହାନ୍ତି କିନ୍ତୁ ଭାରତୀୟ ଦଳରେ ତାଙ୍କୁ ଏହି ସୁଯୋଗୁ ମିଳିପାରି ନାହିଁ। ସେ ଆଇପିଏଲରେ ଏହା ପୂରଣ କରିବାକୁ ଚାହୁଁଛନ୍ତି। ସେ ଦଳ ପାଇଁ ଓପନିଂ କରିବାକୁ ଚାହୁଁଥିବାବେଳେ କୋଚ ମାଇକ୍‌ ହାସନ ମନା କରିଦେଇଛନ୍ତି। କୋଚ ତାଙ୍କ କଥା ନ ଶୁଣିବାକୁ ସେ କୋଚକଙ୍କ ସହ ଲଢେଇ କରିଥିଲେ। ସୋସିଆଲ ମିଡିଆରେ  ଚହଲ ଏକ ଭିଡିଓ ଶେୟାର କରି୍‌fନ୍ତି। ଭିଡିଓରେ ସେ ମାଇକ୍‌ଙ୍କ ହାତକୁ ମୋଡୁଥିବାର ଦେଖାଯାଇଛି। ଏହାର କ୍ୟାପସନ୍‌ରେ ସେ ଲେଖିଛନ୍ତି, ଯେତେବେଳେ କୋଚଙ୍କୁ ଓପନିଂ କରିବାକୁ କହିବାରୁ ସେ ମନା କରି ଦିଅନ୍ତି। ଏସବୁ ଚହଲ ମଜାକରେ କହୁଥିବା ଇମୋଜିରୁ ଜଣାପଡିଛି। ପୂର୍ବରୁ ଲକ୍‌ଡାଉନ୍‌ରେ ମଧ୍ୟ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ତାଙ୍କୁ ଓପନିଂରେ ପଠାଇବାକୁ ଅନୁରୋଧ କରିଥିଲେ। ନିକଟରେ ଡାକ୍ତର ତଥା ୟୁଟ୍ୟୁବର୍‌ ଧନଶ୍ରୀ ବର୍ମାଙ୍କ ସହ ଚହଲଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା। ଉଭୟ ମିଶି ଅନେକ ଭିଡିଓ ପ୍ରସ୍ତୁତ କରି ନିଜ ଇନ୍‌ଷ୍ଟାଗ୍ରାମରେ ଛାଡନ୍ତି।