ନୂଆଦିଲ୍ଲୀ,୩୦।୪: ଆଇପିଏଲ ୨୦୨୧ର ଏକ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ବିପକ୍ଷରେ ୧୭୧ ରନ ସଂଗ୍ରହ କରିଥିଲା। ଏହି ସ୍କୋରରେ ଅଜବ କିଛି ନାହିଁ, ଏହା ଏକ ସାଧାରଣ କଥା। କିନ୍ତୁ ଆଇପିଏଲ୍ ଟି -୨୦ ଲିଗର ଶେଷ ତିନୋଟି ମ୍ୟାଚ ଦେଖନ୍ତୁ, କ୍ରମାଗତ ତୃତୀୟ ଥର ପାଇଁ ପ୍ରଥମ ଇନିଂସରେ ୧୭୧ ରନ ସ୍କୋର କରାଯାଇଥିଲ। ଏହାକୁ ଅଜବ ବିବେଚନା କରାଯାଇପାରେ। ଏହି ମ୍ୟାଚ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୧୭୧ ରନ୍ ସ୍କୋର କରିଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୭୧ ରନ୍ ସ୍କୋର କରିଥିଲା।