Categories: ଖେଳ

୭ ବର୍ଷ ପରେ ଆଇପିଏଲ୍‌ ଖେଳିବେ ଏହି କ୍ରିକେଟର୍‌: ଦର୍ଶକ କରିଛନ୍ତି ଅପେକ୍ଷା

ନୂଆଦିଲ୍ଲୀ,୩୧।୩: ଭାରତୀୟ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା ଦୀର୍ଘ ୭ ବର୍ଷ ପରେ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି। ଏପ୍ରିଲ ୯ରୁ ଆରମ୍ଭ ହେଉଥିବା ଆଇପିଏଲ୍‌ର ୧୪ତମ ସିଜିନରେ ପୂଜାରା ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ନଜର ଆସିବେ। ଏଥର ଚେନ୍ନାଇ ତାଙ୍କୁ ୫୦ ଲକ୍ଷ ଟଙ୍କାରେ କିଣିଛି। ସାଧାରଣତଃ ପୂଜାରାଙ୍କୁ ଜଣେ ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ ଭାବେ ଗଣାଯାଏ, କିନ୍ତୁ ଏବେ ତାଙ୍କୁ କ୍ରିକେଟର୍‌ ସବୁଠୁ ଛୋଟ ଫର୍ମାଟରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିବ। ଏଥିପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେ କହିଛନ୍ତି ବଲ୍‌କୁ ପଡିଆ ବାହାରକୁ ପଠାଇବାପାଇଁ ସେ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଟି-୨୦ରେ ଚକା ମାରିବା ସବୁଠୁ ବଡ଼ କାର୍ଯ୍ୟ ଷଡଶଇଥଶଏ ତେଣୁ ଏହା କାମ କରିବା ମୋର ପ୍ରାଥମିକତା ରହିଛି ବୋଲି ୩୩ ବର୍ଷୀୟ ପୂଜାରା କହିଛନ୍ତି। ସୂଚନାଯୋଗ୍ୟ, ପୂଜାରା ଶେଷଥର ପାଇଁ ୨୦୧୪ରେ କିଙ୍ଗ୍ସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳିଥିଲେ।

Share