ଶାରଜା,୪।୧୦: ଆଇପିଏଲ ୨୦୨୧ର ୪୯ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ବ୍ୟାଟ୍ସମ୍ୟାନ ନୀତୀଶ ରାଣାଙ୍କ ଉଗ୍ର ରୂପ ଦେଖିବାକୁ ମିଳିଥିଲା। ସେ କେବଳ ଚମତ୍କାର ବ୍ୟାଟିଂ କରି ଦଳର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିନାହାଁନ୍ତି, ବରଂ ତାଙ୍କର ଶକ୍ତିଶାଳୀ ସଟ ଦ୍ୱାରା ମ୍ୟାଚ୍ କଭର୍ କରୁତତ୍ବା କ୍ୟାମେରାର ଅନେକ କ୍ଷତି ଘଟାଇଛନ୍ତି।
କୋଲକାତା ନାଇଟ ରାଇଡର୍ସର ଇନିଂସର ୧୮ତମ ଓଭରରେ ଜେସନ ହୋଲ୍ଡର ବୋଲିଂ କରୁଥିଲେ। ସେ ଚତୁର୍ଥ ବଲ ବୋଲିଂ କରୁଥିବାବେଳେ ନୀତୀଶ ରାଣା ଏକ ଚୌକା ମାରିଥିଲେ। ବଲ ବାଉଣ୍ଡ୍ରି ନିକଟରେ ଲଗାଯାଇଥିବା କ୍ୟାମେରାରେ ବାଜିଥିଲା। ଫଳରେ ଏହାର ଲେନ୍ସ ଭାଙ୍ଗି ଯାଇଥିଲା। ପରେ ଫିଲ୍ଡର ରସିଦ ଖାନ କ୍ୟାମେରାର ଲେନ୍ସ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା। ନୀତୀଶ ରାଣାଙ୍କ ଏହି ଚମତ୍କାର ସଟ ଦ୍ୱାରା କ୍ରିକେଟ ପ୍ରଶଂସକମାନେ ବେଶ ପ୍ରଭାବିତ ହୋଇଥିଲେ। ଲୋକମାନେ ନୀତୀଶଙ୍କୁ ପ୍ରଶଂସା କରିଛନ୍ତି।
https://twitter.com/sportsgeek090/status/1444713555438161921