Categories: ଖେଳ

ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍‌: ଅକ୍ଟୋବର ୧୦ରେ ଫାଇନାଲ୍‌!

ନୂଆଦିଲ୍ଲୀ,୩୧।୫: କରୋନା କାରଣରୁ ସ୍ଥଗିତ ରଖାଯାଇଥିବା ଆଇପିଏଲ ୨୦୨୧ର ୧୪ ତମ ସିଜନର ବାକି ମ୍ୟାଚ୍‌ ୟୁଏଇରେ ଖେଳାଯିବ। ନିକଟରେ ବିସିସିଆଇର ସ୍ବତନ୍ତ୍ର ସାଧାରଣ ସଭାରେ ଅବଶିଷ୍ଟ ୩୧ଟି ମ୍ୟାଚ ୟୁଏଇରେ ଖେଳାଯିବ ବୋଲି ଘୋଷଣା କରାଯାଇଥିଲା। ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୧୦ରେ ଶେଷ ହେବାର ସମ୍ଭାବନା ରହିଛି। ଫାଇନାଲ ଅକ୍ଟୋବର ୧୦ରେ ଖେଳାଯାଇପାରେ। ଆଇପିଏଲର କଠୋର ବାୟୋ ବବୁଲରେ କରୋନା ପ୍ରବେଶ ପରେ ୨୯ ମ୍ୟାଚ ପରେ ଏହି ଲିଗ ସ୍ଥଗିତ ରଖାଯାଇଥିଲା।

Share