Categories: ଖେଳ

ଆରସିବି ଛାଡିବେ କି କୋହଲି: ମିଳିଲା ଏମିତି ଉତ୍ତର

ଆଇପିଏଲ୍‌ ୨୦୨୧ ଆରମ୍ଭ ହେବାକୁ ଆଉ ମାତ୍ର ୨ ଦିନ ବାକି ଅଛି। ଏପ୍ରିଲ ୯ରୁ ଏହି ମହାକୁମ୍ଭ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ଖେଳାଯିବ। ଉଭୟ ଦଳ ପ୍ରତିଥର ଟୁର୍ନାମେଣ୍ଟ ଜିତିବାର ପ୍ରବଳ ଦାବିଦାର ଥାନ୍ତି। କିନ୍ତୁ ଆରସିବିରେ ଦମଦାର ଖେଳାଳି ଥିଲେ ମଧ୍ୟ ଦଳ ଗୋଟିଏ ବି ଟାଇଟେଲ୍‌ ଜିତିବାରେ ସକ୍ଷମ ହୋଇନାହିଁ। ଦଳ ଗତ ଥର ଚତୁର୍ଥ ସ୍ଥାନରେ ଥିଲା। ବିରାଟ କୋହଲିଙ୍କ ନେତୃତ୍ୱଧୀନ ଆରସିବି ଏଥର ଟାଇଟେଲ୍‌ ଜିତିବା ଆଶାରେ ପଡିଆକୁ ଓହ୍ଲାଇବ। ଆର୍‌ସିବି ସହ କୋହଲିଙ୍କ ସମ୍ପର୍କ ୧୪ ବର୍ଷ ପୁରୁଣା। ୨୦୦୮ରୁ ସେ ଆରସିବି ସହ ଯୋଡି ହୋଇ ରହିଛନ୍ତି। ଲାଗୁଛି ଭବିଷ୍ୟତରେ ମଧ୍ୟ ସେ ଦଳ ଛାଡିବେ ନାହିଁ। ୨୦୨୧ ଆଇପିଏଲ୍‌ ପୂର୍ବରୁ କୋହଲିଙ୍କ ଏନେଇ ଏକ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ମୋତେ ଲାଗୁ ନାହିଁ ମୁଁ ଆରସିସି ଛାଡି ଆଇପିଏଲ୍‌ର ଅନ୍ୟ ଦଳ ପାଇଁ ଖେଳିବି। କୋହଲିଙ୍କ ଏହି ମନ୍ତବ୍ୟକୁ ଆର୍‌ସିବି ଟୁଇଟ୍‌ରରେ ଶେୟାର କରିଛି। ସୂଚନାଯୋଗ୍ୟ, କୋହଲିଙ୍କୁ ୨୦୦୮ରେ ଆରସିବି ମାତ୍ର ୧୨ ଲକ୍ଷ ଟଙ୍କାରେ କିଣିଥିଲା। ଏବେ ପ୍ରତି ସିଜିନ୍‌ରେ ଦଳ ତାଙ୍କୁ ୧୭ କୋଟି ଟଙ୍କା ଦେଉଛି।