ଚେନ୍ନାଇ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଦଶମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି ତାଙ୍କ ନିଷ୍ପତ୍ତିରେ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ବିରାଟ କୋହଲି ଏହି ସିଜନରେ ପ୍ରଥମ ଅଧିନାୟକ ହୋଇଛନ୍ତି, ଯିଏକି ଶେଷ ଏକାଦଶରେ ୩ ବିଦେଶୀ ଖେଳାଳିଙ୍କୁ ସ୍ଥାନ ଦେଇଥିଲେ। ଚେନ୍ନାଇର ମନ୍ଥର ପିଚ ଦେଖି ବିରାଟ କୋହଲି ଅଲରାଉଣ୍ଡର ଡେନ୍ ଖ୍ରୀଷ୍ଟିଆନଙ୍କୁ ଦଳରୁ ହଟାଇ ତାଙ୍କ ସ୍ଥାନରେ ଡାହାଣହାତୀ ବ୍ୟାଟ୍ସମ୍ୟାନ ରଜତ ପାଟିଦାରଙ୍କୁ ସ୍ଥାନ ନେଇଥିଲେ। ସୂଚନାଯୋଗ୍ୟ, ଏହି ସିଜିନ ପାଇଁ ଆରସିବି ୪.୮ କୋଟି ଟଙ୍କାରେ ଆରସିବି କିଣିଛି ଏବଂ ପାଟିଦାର ମାତ୍ର ୨୦ ଲକ୍ଷ ଟଙ୍କାରେ ଦଳରେ ସ୍ଥାନ ପାଇଛନ୍ତି।
ବିରାଟ କୋହଲି ରାଜତ ପାଟିଦାରଙ୍କୁ ସୁଯୋଗ ଦେବାର କାରଣ ମଧ୍ୟ କହିଛନ୍ତି। ବାଦ ଦେଇଥିଲେ। ବିରାଟ କୋହଲିଙ୍କ ଅନୁଯାୟୀ ଚେନ୍ନାଇକୁ ଧୀର ପିଚରେ ଭଲ ବ୍ୟାଟିଂ ଆବଶ୍ୟକ ଏବଂ ରଜତ ପାଟିଦାର ସ୍ପିନରଙ୍କ ବିପକ୍ଷରେ ଭଲ ଖେଳନ୍ତି, ସେଥିପାଇଁ ଖ୍ରୀଷ୍ଟିଆନଙ୍କ ସ୍ଥାନରେ ସେ ତାଙ୍କୁ ସୁଯୋଗ ଦେଇଛନ୍ତି।