ମୁମ୍ବାଇ,୧୧।୪: ଆଇପିଏଲ ୨୦୨୧ର ତୃତୀୟ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ରେ କେକେଆର୍ ୧୦ ରନ୍ରେ ହାଇଦ୍ରାବାଦ୍କୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍ ଦଳ ୨୦ ଓଭରରେ ୧୮୭ ରନ୍ କରିଥିଲା। ଏହାର ପିଛା କରି ହାଇଦ୍ରାବାଦ ୧୭୭ ରନ୍ରେ ସୀମିତ ରହିଯାଇଥିଲା। କୋଲକାତା ବ୍ୟାଟିଂ ଆରମ୍ଭ କରିବା କ୍ଷଣି ହାଇଦ୍ରାବାଦ୍ ପକ୍ଷରୁ ରଶିଦ୍ ଖାନ୍ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇ ଶୁଭମନ ଗିଲ୍ଙ୍କୁ ବୋଲ୍ଡ କରି ଥିଲେ। ଏହି ମ୍ୟାଚରେ ତାଙ୍କ ଦଳକୁ ସମର୍ଥନ କରିବା ପାଇଁ ସନରାଇଜର୍ସ ହାଇଦ୍ରାବାଦର ମିଷ୍ଟ୍ରି ଗର୍ଲ ଭାବେ ଜଣାଶୁଣା କାଭ୍ୟା ମାରାନ ଉପସ୍ଥିତ ଥିଲେ। ଏହି ସମୟ ମଧ୍ୟରେ ସେ ସନରାଇଜର୍ସ ହାଇଦ୍ରାବାଦର କମଳା ଜର୍ସିରେ ନଜର ଆସିଥିଲେ। ଲାଇଭ ମ୍ୟାଚ ସମୟରେ ସେ ଅନେକ ଥର ଟିଭି ପରଦାରେ ଦେଖାଯାଇଥିଲେ। ରଶିଦ୍ ଖାନ୍ ଉଇକେଟ୍ ନେବା ପରେ ସେ ଖୁସିରେ ଝମି ଉଠିଥିଲେ। ଆଇପିଏଲ ନିଲାମ ୨୦୨୧ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍ଏଚ୍) ପାଇଁ ଟେଣ୍ଡର କରିଥିବା ମିଷ୍ଟ୍ରି ଗର୍ଲ କାବ୍ୟା ସନ ଗ୍ରୁପ ମାଲିକ କାଳାନିଧୀ ମାରାନଙ୍କ ଝିଅ। ସେ ଏସ୍ଆର୍ଏଚ୍ ଦଳକୁ କିଣିଛନ୍ତି।