ଆଇପିଏଲ୍ର ୧୪ତମ ସଂସ୍କରରଣର ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ଏଥିପାଇଁ ଉଭୟ ଟିମ୍ର ଖେଳାଳିମାନେ କଠିନ ପରିଶ୍ରମ କରୁଛନ୍ତି। ତେବେ ଆର୍ସିବିର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଅଭ୍ୟାସରୁ କିଛି ସମୟ ବାହାର କରି ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ବିତାଉଛନ୍ତି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିଜେ ୟୁଜବେନ୍ଦ୍ର ଇନ୍ଷ୍ଟାଗ୍ରାମ୍ରେ ଏହି ଫଟୋ ଶେୟାର କରିଛନ୍ତି। ଏଥିସହ ସେ ସ୍ତ୍ରୀଙ୍କ ପାଇଁ ଖାସ୍ ମେସେଜ୍ ମଧ୍ୟ ଲେଖିଛନ୍ତି। ଚହଲ ଲେଖିଛନ୍ତି, ଧନଶ୍ରୀଙ୍କ ମୁହଁର ସୁନ୍ଦରତା ତାଙ୍କୁ ବହୁତ ପସନ୍ଦ। ମୋ ମୁହଁର ଖୁସି ଏବଂ ତାଙ୍କ ମୁହଁର ଚମକ ମତେ ବହୁତ ପସନ୍ଦ ବୋଲି ସେ ଲେଖିଛନ୍ତି। ନବଦମ୍ପତିଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୧୫ ଘଣ୍ଟା ମଧ୍ୟରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହାକୁ ଲାଇକ୍ କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି।