Categories: ଖେଳ

ସାନ ଭାଇଙ୍କୁ ଆଉଟ୍‌ କଲେ ବଡ଼ ଭାଇ: ଦେଖନ୍ତୁ ଆଉଟ୍‌ ପରେ କେମିତି ଥିଲା ପ୍ରତିକ୍ରିୟା

ମୁମ୍ବାଇ,୨୯।୩: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୨ର ଚତୁର୍ଥ ମ୍ୟାଚରେ ଲକ୍ଷ୍ନୌର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ତାଙ୍କ ଭାଇ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍‌ କରିଛନ୍ତି। ବିଶେଷ କଥା ହେଉଛି ଭାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍‌ କରି କ୍ରୁନାଲ ଖୁସି ଖୁସି ନ ଥିଲେ। ସୋସିଆଲ ମିଡିଆରେ ଆଉଟ୍‌ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି କ୍ରୁନାଲ ହାର୍ଦ୍ଦିକଙ୍କୁ ଆଉଟ୍‌ କରି କୌଣସି ପ୍ରକାରର ସେଲିବ୍ରେସନ କରିନାହାଁନ୍ତି। ହାର୍ଦ୍ଦିକ ୨୮ ବଲରେ ୩୩ ରନ ସଂଗ୍ରହ କରି କ୍ରୁନାଲଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ସେ ଛକା ମାରିବାକୁ ଉଦ୍ୟମ କରି ସୀମାରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।
ଏହି ମ୍ୟାଚ୍‌ ଲକ୍ଷ୍ନୌ ସୁପର୍‌ ଜ୍ୟାଣ୍ଟସ୍‌କୁ ୫ ଉଇକେଟ୍‌ରେ ପରାସ୍ତ କରି ଗୁଜରାଟ ଟାଇଟାନ୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ମାତ୍ର ୨ ବଲ ପୂର୍ବରୁ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ମହମ୍ମଦ ସାମି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Share