Categories: ଖେଳ

ପୃଥ୍ବୀ ଶ’ଙ୍କୁ ଦିଲ୍ଲୀ ଦଳରେ ରଖିବା ପରେ ଗର୍ଲଫ୍ରେଣ୍ଡ ଖୁସିରେ କଲେ ଏମିତି କାମ

ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ କେବଳ ତାଙ୍କ ଚମତ୍କାର ବ୍ୟାଟିଂ ବିଷୟରେ ନୁହେଁ, ବରଂ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଶ’ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ୨୦୨୨ ଆଇପିଏଲ୍‌ ପାଇଁ ରିଟେନ କରିଛି। ଏଥିରେ ଖୁସି ଅଛନ୍ତି ଶ’ଙ୍କ ଗର୍ଲଫ୍ରେଣ୍ଡ ପ୍ରାଚୀ ସିଂ। ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରି ସେ ଶ’ଙ୍କର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।


ଶ’ଙ୍କୁ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ରଖିବା ମାତ୍ରେ ପ୍ରାଚି ତାଙ୍କ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରାଚୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ଶ’ଙ୍କର ଏକ ଫଟୋ ଏବଂ ଭିଡିସ ଶେୟାର କରିଛନ୍ତି।
ପ୍ରାଚୀ ଏବଂ ଶ’ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଯଦିଓ ଉଭୟ ଏ ବିଷୟରେ ଖୋଲାଖୋଲି ଭାବରେ କିଛି କହି ନାହାଁନ୍ତି, କିନ୍ତୁ ସୋସିଆଲ ମିଡିଆରୁ ଉଭୟଙ୍କ ଘନିଷ୍ଠତାଜଣାପଡୁଛି। ଶ’ ୨୨ ଜୁଲାଇ ୧୯୯୫ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ପ୍ରାଚୀ ବହୁତ ସୁନ୍ଦର ଏବଂ ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ। ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି। ୨୦୧୯ରେ ପ୍ରାଚୀ ମନୋରଞ୍ଜନ ଶିଳ୍ପରେ ପ୍ରବେଶ କରିଥିଲେ। କଲର୍ସ ଟିଭି ଶୋ ‘ଉଡାନ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Share