Categories: ଖେଳ

ଏଯାଏ ଖୋଲିନି ଖାତା

ନୂଆଦିଲ୍ଲୀ,୯।୪: ଆଇପିଏଲ୍‌ ୨୦୨୨ର ୧୭ତମ ମ୍ୟାଚ୍‌ ଶନିବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଖେଳାଯିବ। ଉଭୟ ଟିମ୍‌ ଏଯାବତ ଗୋଟିଏ ବି ମ୍ୟାଚ୍‌ ଜିତି ନାହାନ୍ତି। ରବିନ୍ଦ୍ର ଜାଡେଜା ନେତୃତ୍ୱାଧୀନ ଚେନ୍ନାଇ ୩ଟି ମ୍ୟାଚ୍‌ ଖେଳିଥିବା ବେଳେ ସବୁଥିରେ ପରାଜିତ ହୋଇଛି। ଏଣୁ ଚଳିତ ସଂସ୍କରଣର ଅଙ୍କ ତାଲିକାରେ ଏହି ଦଳ ୮ମ ସ୍ଥାନରେ ରହିଛି। ସେହିଭଳି କେନ୍‌ ଓ୍ବିଲିୟମସନ ନେତୃତ୍ୱାଧୀନ ହାଇଦ୍ରାବାଦ ଟିମ୍‌ ପ୍ରାରମ୍ଭର ଦୁଇଟି ଯାକ ମୁକାବିଲାରେ ପରାଜିତ ହୋଇଛି। ଏବେ ଅଙ୍କ ତାଲିକାର ଶେଷ ସ୍ଥାନରେ ଦଳ ରହିଛି। ଉଭୟ ଟିମ୍‌ ଲାଗି ପ୍ରଥମ ବିଜୟ ଗୁରୁତ୍ୱ ବହନ କରୁଥିବା ବେଳେ ଖେଳାଯିବାକୁ ଥିବା ମ୍ୟାଚ୍‌ ଉପରେ ପ୍ରଶଂସକଙ୍କ ନଜର ରହିଛି।

Share