Advertisement

ରବି ଶାସ୍ତ୍ରୀଙ୍କ ଭବିଷ୍ୟବାଣୀ

ମୁମ୍ବାଇ,୧୯।୫: ଭାରତରେ ଖେଳାଯାଉଥିବା ଆଇପିଏଏଲ୍‌ ୨୦୨୨ ଉପରେ ଏବେ ସମଗ୍ର କ୍ରିକେଟ୍‌ ଜଗତର ଆଖି ରହିଛି। ଏହି ଲିଗ ବର୍ତ୍ତମାନ ଧୀରେ ଧୀରେ ଏହାର ଶେଷ ପର୍ଯ୍ୟାୟ ଅର୍ଥାତ୍‌ ପ୍ଲେ ଅଫ ଆଡକୁ ଗତି କରୁଛି। ଆଇପିଏଲ ପରେ ତୁରନ୍ତ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜରେ ଖେଳିବ। ଏଭଳି ପରିସ୍ଥିତିରେ, ଅନେକ ଯୁବ ଖେଳାଳି ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ସେମାନେ ଟିମ ଇଣ୍ଡିଆ ପାଇଁ ଖେଳୁଥିବା ଦେଖିବାକୁ ମିଳିବ। ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ମଧ୍ୟ ଜଣେ ଖେଳାଳିଙ୍କ ବିଷୟରେ ଭବିଷ୍ୟବାଣୀ କରିଛନ୍ତି।
ରବି ଶାସ୍ତ୍ରୀ କହିଛନ୍ତି, ସନରାଇଜର୍ସ ହାଇଦ୍ରାବାଦର ତାରକା ବ୍ୟାଟ୍ସମ୍ୟାନ ରାହୁଲ ତ୍ରିପାଠୀ ଖୁବ୍‌ଶୀଘ୍ର ଭାରତୀୟ ଦଳରେ ଖେଳୁଥିବାର ଦେଖିବାକୁ ମିଳିବ। ସେ ଭାରତୀୟ ଦଳର ଅଂଶ ହେବା ଠାରୁ ଦୂରରେ ନାହାନ୍ତି। ତ୍ରିପାଠୀ ଜଣେ ଅତ୍ୟନ୍ତ ଆତ୍ମବିଶ୍ୱାସୀ ଖେଳାଳି। ସେ ଭଲ ସଟ୍‌ ଚୟନ କରନ୍ତି। ସେ ୩ କିମ୍ବା ୪ ନମ୍ବରରେ ଜଣେ ବିପଜ୍ଜନକ ଖେଳାଳି ସାବ୍ୟସ୍ତ ହୋଇପାରିବେ। ଯଦି ସେ ପ୍ରତ୍ୟେକ ସିଜିନରେ ଭଲ ପ୍ରଦର୍ଶନ କରନ୍ତି, ମୁଁ ନିଶ୍ଚିତ ଯେ ଚୟନକର୍ତ୍ତାମାନେ ତାଙ୍କୁ ଜାତୀୟ ଦଳରେ ସାମିଲ କରିବେ।
ଆଇପିଏଲ ୨୦୨୨ରେ, ତ୍ରିପାଠୀ ତିନି ଅର୍ଦ୍ଧଶତକ ସମେତ ୧୬୧.୭୨ର ଷ୍ଟ୍ରାଇକ ରେଟ୍‌ରେ ହାଇଦ୍ରାବାଦ ପାଇଁ ୩୯୩ ରନ ସଂଗ୍ରହ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share