ବୁମ୍‌ରାଙ୍କ ଘାତକ ବୋଲିଂ ପରେ ସ୍ତ୍ରୀ କହିଲେ ମୋ ସ୍ବାମୀ…

ମୁମ୍ବାଇ,୧୦।୫: ଆଇପିଏଲ ୨୦୨୨ର ୫୬ତମ ମ୍ୟାଚ୍‌ରେ ଦୁଇଥର ବିଜେତା କୋଲକାତା ନାଇଟ ରାଇଡର୍ସ ପାଞ୍ଚଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ୫୨ ରନ୍‌ରେ ପରାସ୍ତ କରି ଆଇପିଏଲରେ ପ୍ଲେ ଅଫରେ ପହଞ୍ଚିବା ଆଶା ଉଜ୍ଜିବୀତ ରଖିଛି। ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବୋଲର ଜଶପ୍ରୀତ ବୁମ୍‌ରା ପୁଣି ଥରେ ତାଙ୍କ ପୁରୁଣା ଫର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କେକେଆର୍‌ ବିପକ୍ଷରେ ୫ଟି ଉଇକେଟ ନେଇଛନ୍ତି। ଏହା ପରେ ତାଙ୍କ ସ୍ତ୍ରୀ ସଞ୍ଜନା ଗଣେଶନ୍‌ ମଧ୍ୟ ବୁମରାଙ୍କୁ ପ୍ରଶଂସା କରିଛନ୍ତି।
ବୁମ୍‌ରା ୫ଟି ଉଇକେଟ ନେବା ପରେ ସଞ୍ଜନା ମଧ୍ୟ ବହୁତ ଉତ୍ସାହିତ ଦେଖାଯାଉଥିଲେ। ସେ ମଧ୍ୟ ସ୍ବାମୀଙ୍କ ସଫଳତା ପରେ ସେଲିବ୍ରେସନ୍‌ କରିଥିଲେ। ଏହା ପରେ ସେ ଟୁଇଟ୍‌ କରି କହିଛନ୍ତି ଯେ, ମୋ ସ୍ବାମୀ ନିଆଁ। ଏବେ ତାଙ୍କ ଟୁଇଟ୍‌ ଭାଇରାଲ୍‌ ହେବାରେ ଲାଗିଛି।
ଏହି ମ୍ୟାଚରେ ବୁମ୍‌ରା ପୁଣି ଥରେ ତାଙ୍କ ପୁରୁଣା ଫର୍ମରେ ଦେଖାଦେଇଥିଲେ। ଏହି ମ୍ୟାଚ୍‌ରେ ସେ ଚାରି ଓଭରରେ ମାତ୍ର ୧୦ ରନ ଦେଇ ୫ ଉଇକେଟ ନେଇଥିଲେ। ବୁମ୍‌ରା ପ୍ରଥମ ଥର ପାଇଁ ଆଇପିଏଲରେ ୫ ଉଇକେଟ ନେଇଛନ୍ତି।

Share