ଇତିହାସ ରଚିଲେ ବୁମ୍‌ରା

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଜଶପ୍ରୀତ ବୁମ୍‌ରା ଟି-୨୦ କ୍ରିକେଟରେ ବଡ଼ କାରନାମା କରିଛନ୍ତି। ସେ ପ୍ରଥମ ଭାରତୀୟ ଦ୍ରୁତ ବୋଲର ଭାବରେ ଟି-୨୦ କ୍ରିକେଟରେ ଭାରତ ପାଇଁ ୨୫୦ ଉଇକେଟ ନେଇଛନ୍ତି। ବୁମ୍‌ରାଙ୍କ ପୂର୍ବରୁ ଟିମ ଇଣ୍ଡିଆର କୌଣସି ଦ୍ରୁତ ବୋଲର ଏହି ଐତିହାସିକ ରେକର୍ଡରେ ପହଞ୍ଚି ନାହାଁନ୍ତି।
ମଙ୍ଗଳବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ୱାଶିଂଟନ ସୁନ୍ଦରଙ୍କୁ ଆଉଟ୍‌ କରି ବୁମ୍‌ରା ଏହି ରେକର୍ଡ ସୃଷ୍ଟି କରିଛନ୍ତି। ୨୦୬ ଟି-୨୦ମ୍ୟାଚରେ ସେ ୨୫୦ ଉଇକେଟ ନେଇଛନ୍ତି।
ଟି-୨୦ କ୍ରିକେଟରେ ଭାରତର ସର୍ବୋଚ୍ଚ ଉଇକେଟ ନେଇଥିବା ବୋଲରଙ୍କ ବିଷୟରେ କହିବାକୁ ଗଲେ ଏହି ରେକର୍ଡ କିମ୍ବଦନ୍ତୀ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାମରେ ରହିଛି। ଅଶ୍ୱିନ ଟି-୨୦ କ୍ରିକେଟରେ ୨୭୪ଟି ଉଇକେଟ ନେଇଛନ୍ତି।

Share