Categories: ଖେଳ

ଟସ୍‌ ଜିତିଲା ପଞ୍ଜାବ: ଆରମ୍ଭରୁ ଲକ୍ଷ୍ନୌକୁ ଝଟ୍‌କା

ପୁଣେ,୨୯।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ରେ ଶନିବାର ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ପଞ୍ଜାବ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବାଟିଂ ନିମନ୍ତ୍ରଣ ପାଇ ଲକ୍ଷ୍ନୌ ଏଯାବତ ୯ ଓଭରରେ ୧ ଉଇକେଟ ହରାଇ ୬୦ ରନ୍‌ କରିଛି। କେ.ଏଲ୍‌ ରାହୁଲ ୧୧ ବଲ୍‌ରେ ୬ ରନ୍‌ କରି ଆଉଟ୍‌ ହୋଇଛନ୍ତି। ତେବେ ମ୍ୟାଚ୍‌ରେ ପଞ୍ଜାବ ଟିମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅପରପକ୍ଷେ ଲକ୍ଷ୍ନୌ ଟିମ୍‌ରେ ମନୀଷ ପାଣ୍ଡେଙ୍କ ସ୍ଥାନରେ ଆବେଶ ଖାନଙ୍କୁ ସୁଯୋଗ ମିଳିଛି।

Share