ଏହି କ୍ରିକେଟର୍‌ଙ୍କ ହୃଦୟ ଭାଙ୍ଗିଲେ ଧୋନୀ

ମୁମ୍ବାଇ,୧୦।୩: ଚଳିତବର୍ଷ ଆଇପିଏଲ୍‌ ସ୍ବତନ୍ତ୍ର, କାରଣ ଏଥର ୧୦ଟି ଦଳ ଖେଳୁଛନ୍ତି। ଅନ୍ୟପକ୍ଷରେ ଏମଏସ ଧୋନୀ ଏବଂ ବିରାଟ କୋହଲି ଅଧିନାୟକ ଭାବେ ନୁହେଁ, ବ୍ୟାଟ୍ସମ୍ୟାନ ଭାବରେ ଖେଳୁଛନ୍ତି। ଧୋନୀ ଚଳିତ ସିଜିନ ଆରମ୍ଭ ପୂର୍ବରୁ ମଧ୍ୟ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।ଏହି ନିଷ୍ପତ୍ତି ପ୍ରତ୍ୟେକ କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କେବଳ ପ୍ରଶଂସକଙ୍କୁ ନୁହେଁ, ବଡ ଖେଳାଳି ମଧ୍ୟ ଧୋନୀଙ୍କ ଏହି ନିଷ୍ପତ୍ତିରେ ଚକିତ ହୋଇପଡିଥିଲେ।
ଚଳିତ ସିଜିନ୍‌ ପାଇଁ ଆଇପିଏଲରେ ସିଏସ୍‌କେ ପାଇଁ ଖେଳୁଥିବା ନ୍ୟୁଜିଲାଣ୍ଡର ଖେଳାଳି ଡେଭନ କନଓ୍ବେଙ୍କୁ ଦଳରେ ସାମିଲ କରିଛି। ସେ ଧୋନୀଙ୍କ ଜଣେ ବଡ଼ ପ୍ରଶଂସକ। ଧୋନୀଙ୍କ ଅଧିନାୟକତ୍ୱରେ ଖେଳିବା କନୱେଙ୍କର ଏକ ସ୍ବପ୍ନ ଥିଲା, କିନ୍ତୁ ଏହି ସ୍ବପ୍ନ ତାଙ୍କର ଅଧୁରା ରହିଛି। ଧୋନୀ ଅଧିନାୟକ ପଦରୁ ଇସ୍ତଫା ଦେବା ନେଇ କନୱେଙ୍କ ହୃଦୟ ଭାଙ୍ଗିଯାଇଛି। ସିଏସକେର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଏହି ଭିଡିଓରେ କନୱେ ତାଙ୍କ ହୃଦୟ କଥା କହୁଥିବାର ଦେଖାଯାଇଛି। କନୱେ କହିଛନ୍ତି, ମୁଁ ସବୁବେଳେ ଧୋନୀଙ୍କ ଅଧିନାୟକତ୍ୱରେ ଖେଳିବାକୁ ଚାହୁଁଥିଲି। ସେ ଜଣେ ମହାନ ଅଧିନାୟକ ଏବଂ ମୁଁ ତାଙ୍କ କଥା ହୋଇଥିଲି। ମୁଁ କହିଲି, ସତରେ କ’ଣ ତୁମେ ଆଉ ଗୋଟିଏ ସିଜିନ୍‌ ଅଧିନାୟିକତ୍ୱ କରିବାକୁ ଚାହୁନାହଁ। ଜବାବରେ ଧୋନୀ କହିଥିଲେ,ମୁଁ ଅଧିନାୟିକତ୍ୱ କରିବା ନାହିଁ, କିନ୍ତୁ ସବୁବେଳେ ପାଖାପାଖି ରହିବି।
ଆଇପିଏଲ ୨୦୨୨ର ପ୍ରଥମ ମ୍ୟାଚ ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଧୋନୀ ଏକ ଚମତ୍କାର ଇନିଂସ ଖେଳିଥିଲେ। ଧୋନୀ ଏହି ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୮ ଇନିଂସ ଏବଂ ୩ ସିଜିନ ପରେ ଅର୍ଦ୍ଧଶତକ ହାସଲ କରିବାରେ ସଫଳ ହୋଇଥିଲେ। ମାହି ୭ ଚୌକା ଓ ଗୋଟିଏ ଛକା ସହାୟତାରେ ୩୮ ବଲରେ ୫୦ ରନ ସଂଗ୍ରହ କରିଥିଲେ।

Share