Categories: ଖେଳ

ଗୁଜରାଟକୁ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ

ମୁମ୍ବାଇ,୮।୪: ଆଇପିଏଲର ୧୬ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ଗୁଜରାଟ ଟାଇଟନ୍ସ ଏବଂ ପଞ୍ଜାବ କିଙ୍ଗ୍ସ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଗୁଜୁରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୯ ଉଇକେଟ ହରାଇ ୧୮୯ ରନ୍‌ କରିବାରେ ସଫଳ ହୋଇଛି। ଫଳରେ ଗୁଜରାଟକୁ ଏହି ମ୍ୟାଚ୍‌ ଜିତିବାକୁ ହେଲେ ୧୯୦ ରନ୍‌ କରିବାକୁ ହେବ।

ପ୍ରକାଶ ଯେ, ଚଳିତ ସଂସ୍କରଣର ଅପରାଜିତ ଟିମ ହେଉଛି ଗୁଜରାଟ ଟାଇଟନ୍ସ । ଦଳ ୨ଟି ମ୍ୟାଚ୍‌ ଖେଳି ୨ଜିତିଛି । ଅପରପକ୍ଷେ ୩ ମ୍ୟାଚରୁ ୨ଟି ଜିତିଛି ପଞ୍ଜାବ କିଙ୍ଗ୍ସ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱ ରଖୁଥିବାରୁ ଏହାକୁ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛନ୍ତି ଦୁଇ ଦଳ।

Share