ଫାଇନାଲ୍‌ ଟିକେଟ୍‌ ପାଇଁ ‘ରୟାଲ୍‌’ ଆଜି ମୁକାବିଲା

ଅହମ୍ମଦାବାଦ୍‌,୨୭।୫: ଆଇପିଏଲ ୨୦୨୨ର କ୍ୱାଲିଫାୟାର୍‌-୨ରେ ସଞ୍ଜୁ ସାମସନଙ୍କ ନେତୃତ୍ୱଧୀନ ରାଜସ୍ଥାନ ରୟାଲ୍ସ ଟିମ୍‌ ଆଜି ଫାଫ ଡୁ ପ୍ଲେସିସଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଆଜିର ବିଜୟୀ ଦଳ ମେ ୨୯ରେ ଖେଳାଯିବାକୁ ଥିବା ଫାଇନାଲ୍‌ରେ ଗୁଜରାଟ ଟାଇଟାନ୍ସକୁ ଭେଟିବ।
ଆଇପିଏଲ ଇତିହାସରେ ଏହି ଦୁଇ ଦଳ ପରସ୍ପର ୨୭ଥର ମୁହାଁମୁହିଁ ହୋଇଛନ୍ତି। ଏଥିରୁ ୧୩ଟି ମ୍ୟାଚ ଜିତି ଆରସିବି ପ୍ରାଧାନ୍ୟ ବିସ୍ତାର କରିଛି। ଆରଆର ମତ୍ର ୧୧ଟି ଜିତିଛି। ଏଥି ସହିତ, ଗତ ଦୁଇ ସିଜିନ୍‌ରେ ବେଙ୍ଗାଲୁରୁ ରାଜସ୍ଥାନକୁ ଚାରିଥର ପରାସ୍ତ କରିଛି। ଆଇପିଏଲ ୨୦୨୨ରେ ମଧ୍ୟ ଏହି ଦୁଇ ଦଳ ଦୁଇଥର ଭେଟିଛନ୍ତି। ଏଥିରେ ଉଭୟ ଦଳ ୧-୧ ମ୍ୟାଚ ଜିତିଛନ୍ତି।

Share