
ମୁମ୍ବାଇ,୧୫।୪: ଆଇପିଏଲ୍ ୨୦୨୨ର ୨୫ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିଛି କୋଲକାତା ନାଇଟ୍ ରାଇଡର୍ସ। ଶୁକ୍ରବାର ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ବ୍ୟାଟିଂ ନିମନ୍ତ୍ରଣ ପାଇ କୋଲକାତା ୪.୨ ଓଭରରେ ୩୧ ରନ୍ରେ ୨ ଉଇକେଟ ହରାଇ ସାରିଲାଣି। ଏବେ ମଇଦାନରେ ଶ୍ରେୟାସ ଆୟାର ଏବଂ ସୁନିଲ ନାରିନେ ଅଛନ୍ତି।
ପ୍ରକାଶ ଯେ, ପ୍ରାରମ୍ଭିକ ମ୍ୟାଚ୍ରେ ପରାଜୟ ସତ୍ତ୍ୱେ କେନ୍ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ଟିମ୍ ଲଗାତାର ଦୁଇ ମ୍ୟାଚ୍ରେ ବିଜେତା ହୋଇଛି। ସେହିଭଳି ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର୍ ଗତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜିତ ହୋଇଛି। ଏଭଳି ସ୍ଥିତିରେ ଉଭୟ ଟିମ୍ ମଧ୍ୟରେ ଖେଳାଯାଉ ଥିବା ଆଜିର ମୁକାବିଲା ଉପରେ ସମସ୍ତଙ୍କର ନଜର ରହିଛି।