ନୂଆଦିଲ୍ଲୀ,୨୮।୫: ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ରବିବାର ଆଇପିଏଲ ୨୦୨୩ର ଫାଇନାଲରେ ମୁକାବିଲା କରିବାକୁ ଯାଉଛନ୍ତି। ଏହି ସିଜନ ମାଧ୍ୟମରେ ଚେନ୍ନାଇ ଦଶମ ଥର ପାଇଁ ଆଇପିଏଲର ଫାଇନାଲରେ ପହଞ୍ଚି ଥିବାବେଳେ ଗୁଜରାଟ ଏହାର ଦୁଇ ସିଜନରେ ଲଗାତାର ଦ୍ୱିତୀୟ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ଏବେ ସମସ୍ତେ ଭାବୁଥିବେ ଯେ ଆଇପିଏଲ ବିଜେତା ଦଳକୁ କେତେ ପୁରସ୍କାର ରାଶି ଦିଆଯିବ ଏବଂ ରନର୍ ଅପ ଦଳକୁ କେତେ କୋଟି ଟଙ୍କା ଦିଆଯିବ।
ଯେଉଁ ଦଳ ଆଇପିଏଲ ୨୦୨୩ର ଫାଇନାଲ ଜିତିବ ସେମାନଙ୍କୁ ୨୦କୋଟି ଟଙ୍କା ପୁରସ୍କାର ରାଶି ଦିଆଯିବ। ଯେତେବେଳେ କି, ଶେଷ ମ୍ୟାଚ ହାରିଥିବା ବା ରନର୍ ଅପ ଟିମକୁ ୧୩ କୋଟି ଟଙ୍କା ଦିଆଯିବ। ଏହା ବ୍ୟତୀତ ତିନି ନମ୍ବର ମାନ୍ୟତା ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ୭ କୋଟି ଟଙ୍କା ପୁରସ୍କାର ରାଶି ଏବଂ ଚାରି ନମ୍ବର ଲକ୍ଷ୍ନୌ ସୁପର ଜଏଣ୍ଟକୁ ୬.୫କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।
ଏହା ହେଉଛି ଆଇପିଏଲର ୧୬ ତମ ସିଜନ। ଏହି ଟୁର୍ନାମେଣ୍ଟ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ସିଜନରେ ଟାଇଟଲ ଜିତିଥିବା ଦଳକୁ ୪.୮କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଯେତେବେଳେ କି, ରନର୍ ଅପ କୁ ୨.୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।