Categories: ଖେଳ

ଆଇପିଏଲ ୨୦୨୩ ନିଲାମ ତାରିଖ ଘୋଷଣା

ନୂଆଦିଲ୍ଲୀ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପରବର୍ତ୍ତୀ ସିଜନର ନିଲାମ ପାଇଁ ତାରିଖ ଘୋଷଣା କରାଯାଇଛି। ଆଇପିଏଲ ୨୦୨୩ ନିଲାମ ପ୍ରକ୍ରିୟା ବେଙ୍ଗାଲୁରୁରେ ୧୬ ଡିସେମ୍ବରରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟ ଏବେ ଭାରତରେ ଅନୁଷ୍ଠିତ ହେବ। ଏହି ବର୍ଷ ସମସ୍ତ ଦଳ ଗୋଟିଏ ମ୍ୟାଚ ଘର ଏବଂ ଗୋଟିଏ ବାହାରେ ଖେଳିେ। ଏହି ଫର୍ମାଟ ଆରମ୍ଭରୁ ଚାଲିଆସୁଛି, କିନ୍ତୁ କରୋନା ହେତୁ ୨୦୧୯ ଠାରୁ ଏହି ଫର୍ମାଟ ସହିତ ଟୁର୍ନାମେଣ୍ଟ ଖେଳାଯାଇପାରି ନ ଥିଲା। ମାର୍ଚ୍ଚର ଶେଷ ସପ୍ତାହରେ ଆଇପିଏଲ୍‌ର ୧୬ତମ ସିଜିନ୍‌ ଆରମ୍ଭ ହୋଇପାରେ। ୨୦୧୯ ପରଠାରୁ ପରବର୍ତ୍ତୀ ଦୁଇଟି ସିଜିନ ଭାରତ ବାହାରେ ଅନୁଷ୍ଠିତ ହୋଇଥିଲା
ଆଇପିଏଲ ୨୦୨୨ ପାଇଁ ମେଗା ନିଲାମରେ ଦଳଗୁଡିକ ୯୦ କୋଟି ଟଙ୍କା ସାଲାରି ପର୍ସ ପାଇଥିଲେ, କିନ୍ତୁ ଚଳିତ ବର୍ଷର ନିଲାମ ପାଇଁ ଏହାକୁ ୯୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇପାରିବ। ଗତ ବର୍ଷ ଏକ ମେଗା ନିଲାମ ହୋଇଥିଲା, କିନ୍ତୁ ଆଗାମୀ ସିଜିନ୍‌ ପାଇଁ ଏକ ମିନି ନିଲାମ ହେବ।

Share