Categories: ଖେଳ

ଆଇପିଏଲ ୨୦୨୩: ନୂଆ ଅଧିନାୟକ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୬।୩: ଆଇପିଏଲ ୨୦୨୩ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ନୂତନ ଅଧିନାୟକ ଘୋଷଣା କରିଛି। ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ଡେଭିଡ ୱାର୍ନରଙ୍କୁ ଦଳର ଦାୟିତ୍ୱ ଦିଆଯାଇଛି। ଏଥି ସହିତ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ କରାଯାଇଛି। ଦିଲ୍ଲୀର ନିୟମିତ ଅଧିନାୟକ ରିଷଭ ପନ୍ତ କାର ଦୁର୍ଘଟଣାରେ ଆହତ ହେବା ପରେ ଆଗାମୀ ଆଇପିଏଲ୍‌ ୨୦୨୩ରୁ ବାଦ ପଡିଛନ୍ତି। ଆସନ୍ତା ସିଜନରେ ପନ୍ତ ଫେରିବେ ବୋଲି ଆଶା କରାଯାଉଛି।
ୱାର୍ନର ପୂର୍ବରୁ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକତ୍ୱ କରିଛନ୍ତି। ସେ ୨୦୧୬ରେ ଦଳକୁ ଚାମ୍ପିଅନ କରାଇଥିଲେ। ସେ ୨୦୨୨ରେ ଦିଲ୍ଲୀ ଦଳରେ ଯୋଗ ଦେଇଥିଲେ। ତାଙ୍କୁ ୬.୨୫ କୋଟି ଟଙ୍କାରେ ଦିଲ୍ଲୀ ଫ୍ରାଞ୍ଚାଇଜ କିଣିଥିଲା। ଏହା ପରେ ଗତ ସିଜିନ୍‌ରେ ୱାର୍ନରଙ୍କର ବହୁତ ଭଲ ପ୍ରଦର୍ଶନ ଥିଲା। ସେ ୧୨ଟି ମ୍ୟାଚରେ ହାରାହାରି ୪୮ରେ ୪୩୨ ରନ ସ୍କୋର କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ହାର ୧୫୦.୫୨ ଥିଲା।

Share