Categories: ଖେଳ

ଫାଇନାଲ ମ୍ୟାଚ: ଟସ୍‌ ଜିତିଲା ଚେନ୍ନାଇ

ଅହମ୍ମଦାବାଦ,୨୯।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ଫାଇନାଲ ମ୍ୟାଚରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଏବଂ ଗୁଜରାଟ ଟାଇଟନ୍ସ(ଜିଟି) ମଧ୍ୟରେ ଖେଳାଯାଉଛି। ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇଁ ଗୁଜରାଟ ବ୍ୟାଟିଂ କରିବ।

ରବିବାର ଫାଇନାଲ ମ୍ୟାଚ ଥିବା ବେଳେ ବର୍ଷା ଯୋଗୁ ତାହା ସମ୍ଭବ ହୋଇ ନ ଥିଲା। ଫଳରେ ରିଜର୍ଭ ଦିବସ ସୋମବାର ଫାଇନାଲ ମ୍ୟାଚ ଖେଳାଯାଉଛି।

Share