Categories: ଖେଳ

ଆଇପିଏଲ ୬୬ ତମ ମ୍ୟାଚ: ପଞ୍ଜାବ-ରାଜସ୍ଥାନ ମୁହାଁମୁହିଁ

ଧର୍ମଶାଳା,୧୯।୫: ଆଇପିଏଲର ୨୦୨୩ର ୬୬ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ)କୁ ଭେଟିବ ରାଜସ୍ଥାନ ରୟାଲ୍ସ (ଆରଆର)। ଶୁକ୍ରବାର ଏହି ମ୍ୟାଚ ଧର୍ମଶାଳା ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ।
ଏହି ସିଜନରେ ଉଭୟ ଦଳର ଶେଷ ଲିଗ ମ୍ୟାଚ। ଏ ପର୍ଯ୍ୟନ୍ତ ୧୩-୧୩ ମ୍ୟାଚରେ ପଞ୍ଜାବ ଏବଂ ରାଜସ୍ଥାନ ୬-୬ ମ୍ୟାଚ ଜିତିଛି । ଗୋଟିଏ ପ୍ରକାରେ, ଏହି ମ୍ୟାଚ ଏକ ଭର୍ଚୁଆଲ କ୍ୱାର୍ଟର ଫାଇନାଲ ଭାବରେ ଦେଖାଯାଉଛି। ତେବେ ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବ, ସେ ପ୍ଲେ ଅଫ ଦୌଡ଼ରେ ରଖିବ। ଆଇପିଏଲର ଏହି ସିଜନରେ ଦ୍ୱିତୀୟ ଥର ପାଇଁ ଉଭୟ ଦଳ ମଧ୍ୟରେ ସଂଘର୍ଷ ହେବ। ଶେଷ ମ୍ୟାଚରେ ପଞ୍ଜାବ ଦଳ ୫ ରନରେ ଜିତିଥିଲା।

Share