Categories: ଖେଳ

ଆଇପିଏଲ ୬୪ତମ ମ୍ୟାଚ: ଆଜି ଡିସି-ପିବିକେଏସ୍‌ ଲଢେଇ

ଧର୍ମଶାଳା,୧୭।୫: ଆଇପିଏଲ ୨୦୨୩ର ୬୪ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି)। ବୁଧବାର ସନ୍ଧ୍ୟା ୭:୩୦ରେ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମ, ଧର୍ମଶାଳା ଠାରେ ଖେଳାଯିବ । ପ୍ଲେ ଅଫ ଦୃଷ୍ଟିରୁ ପଞ୍ଜାବ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ, କାରଣ ଦିଲ୍ଲୀ ପୂର୍ବରୁ ଏଲିମିନେଟ ହୋଇସାରିଛି। ହେଲେ ବି ଦିଲ୍ଲୀ ମଧ୍ୟ ମ୍ୟାଚ ଜିତିବାକୁ ଯଥାସମ୍ଭବ ଚେଷ୍ଟା କରିବ। ଉଭୟ ଦଳ ଏହି ସିଜନରେ ନିଜର ୧୩ତମ ଲିଗ ମ୍ୟାଚ ଖେଳିବେ। ଏହାପୂର୍ବରୁ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ଯେଉଁଥିରେ ପଞ୍ଜାବ ଜିତିଥିଲା।

Share