Categories: ଖେଳ

କ୍ୱାଲିଫାୟର, ଏଲିମିନେଟ୍‌ ମ୍ୟାଚ୍‌ ଲାଗି ଟିକେଟ ବିକ୍ରି

ନୂଆଦିଲ୍ଲୀ,୧୮।୫: ୨୦୨୩ ଆଇପିଏଲ୍‌ ସିଜିନର ଶେଷ ଲିଗ୍‌ ମ୍ୟାଚ ମେ ୨୧ତାରିଖରେ ବାଙ୍ଗାଲୋର ଏବଂ ଗୁଜୁରାଟ ମଧ୍ୟରେ ଖେଳାଯିବ। ମେ ୨୩ରୁ ପ୍ରଥମ ଯୋଗ୍ୟତା(କ୍ୱାଲିଫାୟର) ମ୍ୟାଚ୍‌ ଖେଳାଯିବ। ମେ ୨୪ରେ ଏଲିମିନେଟ୍‌ର ମ୍ୟାଚ ହେବ। ଏହି ଦୁଇଟି ମ୍ୟାଚ୍‌ ଚେନ୍ନାଇର ଏମ୍‌ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଏହି ମ୍ୟାଚ୍‌ ପାଇ ଗୁରୁବାରଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଯାଇଛି। ଗୁଜୁରାଟ ଟାଇଟାନ୍ସ କ୍ୱାଲିଫାୟର ମ୍ୟାଚ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଏଲିମିନେଟ୍‌ର ଏବଂ କ୍ୱାଲିଫାୟର ମ୍ୟାଚ୍‌ ପାଇଁ ଟିକେଟର ଦାମ୍‌ ୨ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ୨ ହଜାର ଟଙ୍କିଆ ଟିକେଟ କିଣୁଥିବା ଦର୍ଶକମାନେ ସି, ଡି ଏବଂ ଇ ଲୋ ଷ୍ଟାଣ୍ଡରେ ବସିବେ। ୨୫ ଶହ ଟଙ୍କିଆ ଟିକେଟ କିଣୁଥିବା ଦର୍ଶକ ଉପର ଷ୍ଟାଣ୍ଡରେ ବସିବେ। ୩ ହଜାର ଟଙ୍କିଆ ଟିକେଟ କିଣୁଥିବା ଦର୍ଶକ ଡିରୁ ଏଚ୍‌ ପର୍ଯ୍ୟନ୍ତ ଉପର ଷ୍ଟାଣ୍ଡରେ ବସିବା ନେଇ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

Share