Categories: ଖେଳ

ଆଇପିଏଲ୍‌ର ୧୬ତମ ସିଜନ୍‌ ପାଇଁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ: ମାର୍ଚ୍ଚ ୩୧ରେ ଆରମ୍ଭ ମେ’ ୨୮ରେ ଶେଷ

ନୂଆଦିଲ୍ଲୀ,୧୭।୨: ଆଇପିଏଲର ୧୬ତମ ସିଜନ୍‌ ଲାଗି ବିସିସିଆଇ ଶୁକ୍ରବାର ମ୍ୟାଚ୍‌ର କାର୍ଯ୍ୟସୂଚୀ ତାଲିକା ପ୍ରକାଶ କରିଛି। ମାର୍ଚ୍ଚ ୩୧ତାରିଖରୁ ଆଇପିଏଲ୍‌ ମହାସମର ଆରମ୍ଭ ହେବ। ମେ’ ୨୮ରେ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ତାଲିକାରେ ଉଲ୍ଲେଖ କରାଯାଇଛି। ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର କିଙ୍ଗସ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ।

ଟୁର୍ନାମେଣ୍ଟରେ ୧୦ଟି ଦଳ ୭୦ ଲିଗ୍‌ ମ୍ୟାଚ ଖେଳିବେ। ଗୋଟିଏ ଦଳ ୭ଟି ଘରୋଇ ଏବଂ ଅନ୍ୟ ୭ଟି ମ୍ୟାଚ ବାହାରେ ଖେଳିବେ। ମୋଟ ୧୨ଟି ସହରରେ ମ୍ୟାଚ ଖେଳାଯିବ। ଟିମ୍‌ର ହୋମଗ୍ରାଉଣ୍ଡ ବ୍ୟତୀତ ଗୌହାଟୀରେ ଏବଂ ଧର୍ମଶାଳାରେ ଏହି ମ୍ୟାଚ ଅନୁଷ୍ଠିତ ହେବ। ୫୨ ଦିନ ଧରି ଏହି ଟୁର୍ନାମେଣ୍ଟ ଚାଲିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ବିସିସିଆଇ ଏପର୍ଯ୍ୟନ୍ତ ଆଇପିଏଲ୍‌ ୨୦୨୩ର ପ୍ଲେ ଅଫ୍‌ ମ୍ୟାଚ୍‌ର ତାରିଖ ଘୋଷଣା କରିନାହିଁ।

Share