ଆଇପିଏଲ ଉଦଘାଟନୀ ସମାରୋହରେ ଗ୍ଲାମର୍‌ ଜଲଓ୍ବା

ଆଇପିଏଲ ସିଜନ ୧୬ ମାର୍ଚ୍ଚ ୩୧ରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ଗୁଜରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ମୁହାଁମୁହିଁ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା ଆଇପିଏଲ ୧୬ର ଉଦଘାଟନୀ ସମାରୋହକୁ ରଙ୍ଗାରଙ୍ଗ କରିବାକୁ ଭାରତ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସ୍ବତନ୍ତ୍ର ପ୍ରସ୍ତୁତି କରୁଛି।
ପ୍ରତ୍ୟେକ ଥର ଆଇପିଏଲର ଉଦଘାଟନୀ ସମାରୋହରେ ବଲିଉଡ ତାରକାମାନେ ନିଜ ଜଲଓ୍ବା ଦେଖାନ୍ତି। ଏଥର ମଧ୍ୟ ଅନେକ ଅଭିନେତ୍ରୀ/ଅଭିନେତା ଉଦ୍‌ଘାଟନୀ ସମାରୋହରେ ନୃତ୍ୟ ପରିବେଷଣ କରିବେ।
ବଲିଉଡର ଅଭିନେତ୍ରୀ କ୍ୟାଟ୍ରିନା କୈଫ, ଟାଇଗର ଶ୍ରଫ, ଗାୟକ ଅରିଜିତ ସିଂ ଦର୍ଶକଙ୍କ ମନୋରଞ୍ଜନ କରିବେ। ଏହା ବ୍ୟତୀତ ସାଉଥ ସିନେମାର ସୁପରଷ୍ଟାର ରଶ୍ମିକା ମନ୍ଦନା ଏବଂ ତମନ୍ନା ଭାଟିଆ ମଧ୍ୟ ସେମାନଙ୍କୁ ସମର୍ଥନ କରିବେ।