Categories: ଖେଳ

ଆଇପିଏଲ ୨୦୨୩ ପରେ ଅବସର ନେବେ କି ଧୋନୀ: ଚହର କଲେ ଖୁଲାସା

ଚେନ୍ନାଇ,୨୦।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଏମଏସ ଧୋନୀଙ୍କ ଭବିଷ୍ୟତକୁ ଅନେକ ଚର୍ଚ୍ଚା ହେଉଛି। ଆଇପିଏଲ୍‌ ୨୦୨୩ ଧୋନୀଙ୍କ ଶେଷ ଆଇପିଏଲ୍‌ ହେବ ବୋଲି ଚର୍ଚ୍ଚା ହେଉଛି। ଧୋନୀ ମଧ୍ୟ ପୂର୍ବରୁ ନିଶ୍ଚିତ କରିଛନ୍ତି ଯେ, ଚେନ୍ନାଇର ଜନତାଙ୍କ ସମ୍ମୁଖରେ ସେ ନିଜ ଶେଷ ଆଇପିଏଲ୍‌ ମ୍ୟାଚ୍‌ ଖେଳିବେ। ଚେନ୍ନାଇ ସୁପର କିଙ୍ଗ୍ସ ସହିତ ତାଙ୍କ ଭବିଷ୍ୟତ ବିଷୟରେ କୌଣସି ଠୋସ ଖବର ନାହିଁ। ନିକଟରେ ସିଏସକେ ଫାଷ୍ଟ ବୋଲର ଦୀପକ ଚହରଙ୍କୁ ଏହି ବିଷୟ ବିଷୟରେ ପଚରାଯାଇଥିଲା ଏବଂ ଏହି ପ୍ରଶ୍ନର ତାଙ୍କର ଏକ ମଜାଦାର ଉତ୍ତର ଥିଲା।
ଚହର ଏକ ସାକ୍ଷାତକାରରେ କହିଛନ୍ତି, ଆଇପିଏଲରେ ଧୋନୀଙ୍କର ଏହା ଶେଷ ବର୍ଷ ହେବ ବୋଲି କେହି କହି ନାହାଁନ୍ତି। ଅନ୍ତତଃ ପକ୍ଷେ ସେ ଏହା କହି ନାହାଁନ୍ତି। ଆଶା କରେ ସେ ଅଧିକ ଖେଳିବେ। ଆମେ ସେପରି କୌଣସି ଖବର ଜାଣି ନାହୁଁ, ଆମେ ଚାହୁଁଛୁ ଯେ ସେ ଯେତେ ସମ୍ଭବ ଖେଳନ୍ତୁ। ଧୋନ ନିଜେ ଜାଣନ୍ତି କେତେବେଳେ ତାଙ୍କୁ ଅବସର ନେବାକୁ ପଡିବ। ସେ ଟେଷ୍ଟ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ସେମିତି ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଷ୍ପତ୍ତି ବିଷୟରେ ଅନ୍ୟ କେହି ଜାଣନ୍ତି ନାହିଁ, ସେ ନିଜେ ହିଁ କେବଳ ଜାଣନ୍ତି। ମୁଁ ଆଶା କରୁଛି ସେ ଖେଳିବା ଜାରି ରଖନ୍ତୁ। ତାଙ୍କ ନେତୃତ୍ୱରେ ଖେଳିବା ଏକ ସୌଭାଗ୍ୟ।

Share