Categories: ଖେଳ

ରୋହିତଙ୍କ ପରେ ଏବେ ଏହି ଖେଳାଳିଙ୍କଠାରୁ ଯାଇପାରେ ଅଧିନାୟକ ପଦ

ନୂଆଦିଲ୍ଲୀ,୪।୩: ଆଇପିଏଲର ୧୭ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ସିଜିନ୍‌ ଆରମ୍ଭ ପୂର୍ବରୁ ମଧ୍ୟ ଦଳ ମଧ୍ୟରେ ଅଶାନ୍ତି ଆରମ୍ଭ ହୋଇଛି । କିଛି ଦଳ ଏକ ନୂତନ ମୁଖ୍ୟ ପ୍ରଶିକ୍ଷକ ପାଇଛନ୍ତି ଏବଂ କିଛି ଦଳ ସେମାନଙ୍କ ଅଧିନାୟକଙ୍କ ପରିବର୍ତ୍ତନ କରିଛନ୍ତି । ବର୍ତ୍ତମାନ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଉଛି ଯେ, ପୂର୍ବତନ ଚାମ୍ପିୟନ ଦଳ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ୨୦୨୪ରେ ଜଣେ ନୂତନ ଅଧିନାୟକ ପାଇପାରେ। ଏହାପୂର୍ବରୁ ଏସ୍‌ଆରଏଚ୍‌ର ଦଳ ଏବଂ କୋଚିଂ ଷ୍ଟାଫରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି।

ଆଇପିଏଲ ୨୦୨୩ରେ ଏଡନ ମାର୍କ୍ରାମ ହାଇଦ୍ରାବାଦ ଅଧିନାୟକ ହୋଇଥିଲେ, କିନ୍ତୁ କ୍ରିକବଜ ନିକଟରେ ଏକ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ମାର୍କ୍ରାମରୁ ଅଧିନାୟକ ଛଡ଼ାଯାଇପାରେ ବୋଲି ଦାବି କରାଯାଉଛି। ନୂତନ ଅଧିନାୟକ ହେବା ଦୌଡ଼ରେ ଅଷ୍ଟ୍ରେଲୀୟ ଦଳର ବର୍ତ୍ତମାନର ଅଧିନାୟକ ପ୍ୟାଟ କମିନ୍ସ ଆଗରେ ଅଛନ୍ତି। ଯିଏକି ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ଦ୍ୱାରା ୨୦.୫ କୋଟି ଟଙ୍କାରେ କିଣାଯାଇଛନ୍ତି। ଯଦି କମିନ୍ସ ନୂତନ ଅଧିନାୟକ ହୁଅନ୍ତି, ତେବେ ଏହା ଆଶ୍ଚର୍ଯ୍ୟଜନକ ହେବ ନାହିଁ କାରଣ ତାଙ୍କ ଅଧୀନରେ ଅଷ୍ଟ୍ରେଲିଆ ଦଳ ଦିନିକିଆ ବିଶ୍ୱକପ୍‌ ୨୦୨୩ ଫାଇନାଲରେ ଭାରତକୁ ପରାସ୍ତ କରିଛି।

 

Share