Categories: ଖେଳ

ଆରସିବିର ନୂଆ କୋଚ୍‌ ଭାବେ ନିଯୁକ୍ତ ହେଲେ ଏହି ଭେଟେରାନ ଖେଳାଳି

ନୂଆଦିଲ୍ଲୀ,୪।୮: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସେମାନଙ୍କର ପ୍ରଥମ ଆଇପିଏଲ ଟାଇଟଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଗତ ୧୬ ତମ ସିଜିନରେ ଦଳ ଥରେ ବି ଟ୍ରଫି ଜିତିନାହିଁ । ଗତ ସିଜିନରେ ଦଳ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜନ କରିପାରିନଥିଲା। ଏଥିପାଇଁ ମୁଖ୍ୟ ଦାୟିତ୍ୱ କୋଚ୍‌ ମୁଖ୍ୟ ପ୍ରଶିକ୍ଷକ ସଞ୍ଜୟ ବାଙ୍ଗର ଏବଂ ଦଳର ନିର୍ଦ୍ଦେଶକ ମାଇକ ହେସନଙ୍କୁ ଦାୟୀ କରାଯାଇଛି। ଆରସିବି ଫ୍ରାଞ୍ଚାଇଜ ହେସନ ଏବଂ ବାଙ୍ଗରଙ୍କୁ ବରଖାସ୍ତ କରିଛି। ଜିମ୍ବାୱେର ପୂର୍ବତନ ଖେଳାଳି ତଥା ଗତ ସିଜିନରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ମୁଖ୍ୟ କୋଚ୍‌ ରହିଥିବା ଏଣ୍ଡି ଫ୍ଲାଓ୍ବାରଙ୍କୁ ଦଳର ନୂତନ ମୁଖ୍ୟ କୋଚ୍‌ ଭାବରେ ନିଯୁକ୍ତ କରାଯାଇଛି।

Share