Categories: ଖେଳ

ଆଇପିଏଲ୍‌ ଅକ୍ସନ ପରେ ବଦଳିଲା ଚିତ୍ର: ୨୩୦ କୋଟିରେ କିଣାହେଲେ ୭୨ ଖେଳାଳି, ଦେଖନ୍ତୁ କିଏ ଗଲେ କେଉଁ ଦଳକୁ

ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ର ମିନି ଅକ୍ସନ ଶେଷ ହୋଇଛି। ପ୍ରଥମ ଥର ଲାଗି ବିଦେଶରେ ଏହି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ୭୨ ଖେଳାଳିଙ୍କ ଉପରେ ୧୦ ଟିମ୍‌ ୨୩୦ କୋଟି ଟଙ୍କା ଖର୍ଚ୍ଚ କରିଛି। ବିଶେଷକରି ବିଦେଶୀ ଖେଳାଳିମାନେ ଅକ୍ସନରେ ମାଲାମାଲ ହୋଇଥିବା ଦେଖାଯାଇଛି।
ଏହି ଅକ୍ସନରେ ମୋଟ ୩୩୨ ଖେଳାଳିଙ୍କ ଉପରେ ନିଲାମ ଡକାଯାଇଥାନ୍ତା। ସମସ୍ତ ୧୦ ଟିମ୍‌ ନିକଟରେ ମୋଟ ୭୭ ସ୍ଲଟ ଖାଲି ରହିଥିଲା। ଏଥିରୁ ୭୨ ଖେଳାଳି ହିଁ ବିକ୍ରି ହୋଇଛନ୍ତି। ନିଲାମରେ ମିଚେଲ ଷ୍ଟାର୍କ ସବୁଠାରୁ ଅଧିକ ଟଙ୍କାରେ କିଣା ହୋଇଛନ୍ତି। ୨୪.୭୫ କୋଟି ସହ ସେ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଛନ୍ତି।
ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା:
ଖେଳାଳି———————ମୂଲ୍ୟ——————————ଦଳ
ରୋଭମାନ ପାଓ୍ବେଲ-୭.୪ କୋଟି –  ରାଜସ୍ଥାନ ରୟାଲ୍ସ
ହ୍ୟାରି ବ୍ରୁକ୍‌  -୪ କୋଟି   – ଦିଲ୍ଲୀ କ୍ୟାପିଟାଲ୍ସ
ଟ୍ରାଭିସ ହେଡ୍‌ -୬.୮ କୋଟି   -ସନ୍‌ରାଇଜର୍ସ ହାଇଦ୍ରାବାଦ
ଓ୍ବାନିନ୍ଦୁ ହସରଙ୍ଗା   -୧.୫ କୋଟି   – ସନ୍‌ରାଇଜର୍ସ ହାଇଦ୍ରାବାଦ
ରାଚିନ ରବୀନ୍ଦ୍ର -୧.୮ କୋଟି -ଚେନ୍ନାଇ ସୁପର କିଙ୍ଗ୍ସ
ଶାର୍ଦ୍ଦୂଳ ଠାକୁର  -୪ କୋଟି   -ଚେନ୍ନାଇ ସୁପର କିଙ୍ଗ୍ସ
ଆଜମତୁଲ୍ଲା ଓମାରଜାଇ -୫୦ ଲକ୍ଷ-ଗୁଜରାଟ ଟାଇଟନ୍ସ
ପ୍ୟାଟ୍‌ କୁମିନ୍ସ -୨୦.୫୦ କୋଟି    -ସନ୍‌ରାଇଜର୍ସ ହାଇଦ୍ରାବାଦ
ଗେରାଲ୍ଡ କୋଜି  -୫ କୋଟି    – ମୁମ୍ବାଇ ଇଣ୍ଡିଆନ୍ସ
ହର୍ଶଲ ପଟେଲ -୧୧.୭୫ କୋଟି -ପଞ୍ଜାବ କିଙ୍ଗ୍ସ
ଡାରିଲ ମିଚେଲ  -୧୪ କୋଟି -ଚେନ୍ନାଇ ସୁପର କିଙ୍ଗ୍ସ
କ୍ରିସ୍‌ ଓ୍ବକ୍ସ -୪.୨ କୋଟି -ପଞ୍ଜାବ କିଙ୍ଗ୍ସ
ଟ୍ରିଷ୍ଟନ ଷ୍ଟବ୍ସ -୪.୨ କୋଟି -ଦିଲ୍ଲୀ କ୍ୟାପିଟାଲ୍ସ
କେ.ଏସ. ଭରତ -୫୦ ଲକ୍ଷ- କୋଲକାତା ନାଇଟ ରାଇଡର୍ସ
ଚେତନ ସାକାରିଆ -୫୦ ଲକ୍ଷ -କୋଲକାତା ନାଇଟ ରାଇଡର୍ସ
ଆଲଜାରି ଜୋସେଫ -୧୧.୫ କୋଟି -ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଉମେଶ ଯାଦବ- ୫.୮ କୋଟି -ଗୁଜରାଟ ଟାଇଟନ୍ସ
ଶିବମ ମାଭି -୬.୪ କୋଟି- ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ
ମିଚେଲ ଷ୍ଟାର୍କ- ୨୪.୭୫ କୋଟି -କୋଲକାତା ନାଇଟ ରାଇଡର୍ସ
ଜୟଦେବ ଉନାଡକଟ୍‌ -୧.୬ କୋଟି -ସନ୍‌ରାଇଜର୍ସ ହାଇଦ୍ରାବାଦ
ଦିଲସାନ ମଦୁଶଙ୍କା- ୪.୬ କୋଟି -ମୁମ୍ବାଇ ଇଣ୍ଡିଆନ୍ସ
ଶିବମ ଦୁବେ -୫.୮ କୋଟି -ରାଜସ୍ଥାନ ରୟାଲ୍ସ
ସମୀର ରିଜଭି- ୮.୪ କୋଟି -ଚେନ୍ନାଇ ସୁପର କିଙ୍ଗ୍ସ
ଅଙ୍ଗକ୍ରିଶ ରଘୁବଂଶୀ -୨୦ ଲକ୍ଷ- କୋଲକାତା ନାଇଟ ରାଇଡର୍ସ
ଅର୍ଶିନ କୁଲକର୍ନୀ -୨୦ ଲକ୍ଷ -ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ
ଶାହରୁଖ ଖାଁ- ୭.୪ କୋଟି -ଗୁଜରାଟ ଟାଇଟନ୍ସ
ରମଣଦୀପ ସିଂ- ୨୦ ଲକ୍ଷ- କୋଲକାତା ନାଇଟ ରାଇଡର୍ସ
ଟମ୍‌ କୋଲୋର-କାଡମୋରେ- ୪୦ ଲକ୍ଷ- ରାଜସ୍ଥାନ ରୟାଲ୍ସ
ରିକି ଭୁଇ -୨୦ ଲକ୍ଷ -ଦିଲ୍ଲୀ କ୍ୟାପିଟାଲ୍ସ
କୁମାର କୁଶାଗ୍ର- ୭.୨ କୋଟି -ଦିଲ୍ଲୀ କ୍ୟାପିଟାଲ୍ସ
ୟାଶ୍‌ ଦୟାଲ -୫ କୋଟି -ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ସୁଶାନ୍ତ ମିଶ୍ର- ୨.୨ କୋଟି- ଗୁଜରାଟ ଟାଇଟନ୍ସ
ଆକାଶ ସିଂ -୨୦ ଲକ୍ଷ -ସନ୍‌ରାଇଜର୍ସ ହାଇଦ୍ରାବାଦ
କାର୍ତ୍ତିକ ତ୍ୟାଗୀ -୬୦ ଲକ୍ଷ- ଗୁଜରାଟ ଟାଇଟନ୍ସ
ରସିଖ ସଲାମ- ୨୦ ଲକ୍ଷ -ଦିଲ୍ଲୀ କ୍ୟାପିଟାଲ୍ସ
ମନଭ ସୁଥର -୨୦ ଲକ୍ଷ -ଗୁଜରାଟ ଟାଇଟନ୍ସ
ମନିମାରାନ ସିଦ୍ଧାର୍ଥ- ୨.୪ କୋଟି -ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ
ଶ୍ରେୟାସ ଗୋପାଳ- ୨୦ ଲକ୍ଷ -ମୁମ୍ବାଇ ଇଣ୍ଡିଆନ୍ସ
ଶେର୍ଫାନେ ରୁଥରଫୋର୍ଡ -୧.୫ କୋଟି -କୋଲକାତା ନାଇଟ ରାଇଡର୍ସ
ଟମ୍‌ କୁରାନ -୧.୫ କୋଟି -ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଡାଭିଡ ଓ୍ବିଲି -୨ କୋଟି -ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ
Share