Categories: ଖେଳ

ଆଇପିଏଲ୍‌ ୨୦୨୪ ପୁରସ୍କାର ତାଲିକା: କିଏ ଜିତିଲେ ଅରେଞ୍ଜ କ୍ୟାପ୍‌, ପର୍ପଲ୍‌ କ୍ୟାପ୍‌, ଇମର୍ଜିଂ ପ୍ଲେୟର ?

ଚେନ୍ନାଇ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୪ରେ ବାଜି ମାରିଛି କୋଲକାତା ନାଇଟ ରାଇଡର୍ସ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଭେଙ୍କଟେଶ୍‌ ଆୟରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଏହି ଦଳ ରବିବାର ଅନୁଷ୍ଠିତ ସମ୍ପୂର୍ଣ୍ଣ ଏକପାଖିଆ ଫାଇନାଲରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ କରିଛି।

ଫାଇନାଲ ପରି ଏକ ବଡ଼ ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ସନ୍‌ରାଇଜର୍ସ ୧୮.୩ ଓଭରରେ ମାତ୍ର ୧୧୩ ରନକରି ଅଲ୍‌ଆଉଟ ହୋଇଥିଲା। ଯାହାକି ଆଇପିଏଲ୍‌ ଫାଇନାଲ ଇତିହାସରେ ସର୍ବନିମ୍ନ ସ୍କୋର। ୧୧୪ ରନର ବିଜୟ ଲକ୍ଷ୍ୟକୁ ନାଇଟ ରାଇଡର୍ସ ୧୦.୩ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା । ବିପଜ୍ଜନକ ବ୍ୟାଟର ସୁନୀଲ ନାରିନ ମାତ୍ର ୬ ଓ ରମାନୁଲ୍ଲା ଗୁରବାଜ ୩୯ ରନକରି ଆଉଟ ହୋଇଥିବାବେଳେ ଅର୍ଦ୍ଧଶତକ ହାସଲକାରୀ ଭେଙ୍କଟେଶ୍‌ ୫୨ (୨୬ ବଲ, ୪ ଚୌକା, ୩ ଛକା) ଓ ଅଧିନାୟକ ଶ୍ରେୟସ ଆୟର ୬ ରନରେ ଅପରାଜିତ ରହିଥିଲେ। ୧୧ତମ ଓଭରର ୩ୟ ବଲ୍‌ରେ ଭେଙ୍କଟେଶ୍‌ଙ୍କ ବ୍ୟାଟ୍‌ରୁ ବିଜୟ ସୂଚକ ରନ ବାହାରିବାପରେ କୋଲକାତା ଖେଳାଳିଙ୍କ ବିଜୟ ଉତ୍ସବ ଆରମ୍ଭ ହୋଇ ଯାଇଥିଲା।

ଏହି ରୋମାଞ୍ଚକର ଆଇପିଏଲ୍ ସିଜିନର ସମାପ୍ତି ସହିତ, ଟୁର୍ଣ୍ଣାମେଣ୍ଟକୁ ଚମକପ୍ରଦ କରିଥିବା ବ୍ୟକ୍ତିଗତ ପ୍ରଦର୍ଶନକୁ ପ୍ରଶଂସା କରିବାର ସମୟ ଆସିଛି। ଅନ୍ତିମ ମ୍ୟାଚ୍ ଶେଷ ହେବା ପରେ ଆଇପିଏଲ୍‌ ୨୦୨୪ ପୁରସ୍କାର ତାଲିକା ନିମ୍ନରେ ରହିଛି:

ଆଇପିଏଲ୍ 2024 ଚାମ୍ପିଅନ୍ – କୋଲକାତା ନାଇଟ୍ ରାଇଡର୍ସ
ଇମର୍ଜିଂ ପ୍ଲେୟର ଅଫ୍‌ ଦ ସିଜନ: ନୀତୀଶ କୁମାର ରେଡ୍ଡୀ
ଇଲେକ୍ଟ୍ରିକ୍‌ ଷ୍ଟ୍ରାଇକର ଅଫ୍‌ ଦ ସିଜନ: ଜେକ୍‌ ଫ୍ରେଜର ମ୍ୟାକଗ୍ରୁକ୍‌
ଅଲ୍ଟିମେଟ୍‌ ଫାଣ୍ଟାସି ପ୍ଲେୟର ଅଫ୍‌ ଦ ସିଜନ: ସୁନୀଲ ନାରିନ୍‌
ସୁପର ସିକ୍ସେସ ଅଫ୍‌ ଦ ସିଜନ: ଅଭିଷେକ ଶର୍ମା
ଅନ୍‌ ଦ ଗୋ ଫୋର୍‌ ଅଫ୍‌ ଦ ସିଜନ: ଟ୍ରାଭିସ୍‌ ହେଡ୍‌
କ୍ୟାଚ୍‌ ଅଫ୍‌ ଦ ସିଜନ: ରମଣଦୀପ ସିଂ
ଫେୟାର ପ୍ଲେ ଆଓ୍ବାର୍ଡ: ସନରାଇଜର୍ସ ହାଇଦ୍ରାବାଦ
ପର୍ପଲ୍‌ କ୍ୟାପ୍‌: ହର୍ଷଲ ପଟେଲ
ଅରେଞ୍ଜ କ୍ୟାପ୍‌: ବିରାଟ କୋହଲି
ମୋଷ୍ଟ ଭ୍ୟାଲୁଏବୁଲ ପ୍ଲେୟର ଅଫ୍‌ ଦ ସିଜନ: ସୁନୀଲ ନାରିନ୍‌
ବେଷ୍ଟ ପିଚ୍‌ ଓ ଗ୍ରାଉଣ୍ଡ: ହାଇଦ୍ରାବାଦ

Share