Categories: ଖେଳ

ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌ ହାତ ଛାଡିଲେ ଗମ୍ଭୀର, ଆଇପିଏଲରେ ୨ ଥର ଚାମ୍ପିୟନ କରାଇଥିବା ଦଳକୁ କଲେ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ,୨୨।୧୧: ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶାହାରୁଖ ଖାନଙ୍କ ଦଳ କେକେଆର ଗୌତମ ଗମ୍ଭୀରଙ୍କୁ ଆଇପିଏଲ ୨୦୨୪ପାଇଁ ଏହାର ପରାମର୍ଶଦାତା ଭାବରେ ନିଯୁକ୍ତ କରିଛି। କୋଲକାତା ନାଇଟ ରାଇଡର୍ସ ଏ ପର୍ଯ୍ୟନ୍ତ ଆଇପିଏଲରେ ମାତ୍ର ଦୁଇଥର ଟ୍ରଫି ଜିତିଛି ଏବଂ ୨ ଥର ଦଳର ଅଧିନାୟକ ଗୌତମ ଗମ୍ଭୀର ଥିଲେ। ଆଇପିଏଲରେ ଗୌତମ ଗମ୍ଭୀରଙ୍କ ସଫଳତମ ଦଳ ହେଉଛି କୋଲକାତା ନାଇଟ ରାଇଡର୍ସ। ସେ ବହୁ ବର୍ଷ ଧରି ଏହି ଦଳର ଅଧିନାୟକ ହୋଇଥିଲେ ଏବଂ ଆଇପିଏଲ ୨୦୧୨ ଏବଂ ଆଇପିଏଲ ୨୦୧୪ରେ ଟାଇଟଲ ଜିତି କେକେଆରକୁ ଦୁଇ ଥର ଚାମ୍ପିୟନ ମଧ୍ୟ କରାଇଥିଲେ।

ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ ବ୍ୟାଟ୍ସମ୍ୟାନ ଆଇପିଏଲ ୨୦୧୧ ରୁ ଆଇପିଏଲ ୨୦୧୭ ପର୍ଯ୍ୟନ୍ତ କୋଲକାତା ନାଇଟ ରାଇଡର୍ସ ପାଇଁ କ୍ରିକେଟ ଖେଳିଥିଲେ, କିନ୍ତୁ ସେ ଆଇପିଏଲ ୨୦୧୮ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଫେରିଥିଲେ, ଏହା ପରେ ସେ ମଧ୍ୟ ଆଇପିଏଲରୁ ଅବସର ନେଇଥିଲେ। ବର୍ତ୍ତମାନ ଗୌତମ ଗମ୍ଭୀର ଟିମ ସହିତ ଆଇପିଏଲରେ ଜଣେ ମେଣ୍ଟର ଭାବରେ ରହିଛନ୍ତି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌, ଆଇପିଏଲ ୨୦୨୨ର ନୂତନ ଦଳ ଭାବେ ଆସିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ନିଜର ଆରମ୍ଭ ଗୌତମ ଗମ୍ଭୀରଙ୍କ ସହ କରିଥିଲା, କିନ୍ତୁ ସେ ସେଠାରେ ଅଧିକ ସମୟ ରହିପାରିଲେ ନାହିଁ।

Share