Categories: ଖେଳ

ଆଇପିଏଲ୍‌ରେ ଏହି ୨ ମ୍ୟାଚ୍‌ର ତାରିଖ ବଦଳିଲା, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ମ୍ୟାଚ୍‌ ତାଲିକାରେ ପରିବର୍ତ୍ତନ। ଟୁର୍ନାମେଣ୍ଟର ୨ଟି ମ୍ୟାଚ୍‌ ଘୁଞ୍ଚିବା ନେଇ ବିସିସିଆଇ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। କୋଲକାତା ପୋଲିସଠାରୁ ଏକ ଚିଠି ପାଇବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଇଡେନ୍‌ ଗାର୍ଡେନ୍ସରେ ଏପ୍ରିଲ ୧୭ ତାରିଖରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବାର ଥିଲା। ତେବେ ସମାନ ଦିନରେ ରାମ ନବମୀ ପଡୁଥିବାରୁ ମ୍ୟାଚ୍‌କୁ ଗୋଟିଏ ଦିନ ପୂର୍ବରୁ ଆୟୋଜନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ସେହିପରି ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଏପ୍ରିଲ ୧୬ରେ ଗୁଜରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌କୁ ଗୋଟିଏ ଦିନ ଆଗକୁ ଘୁଞ୍ଚାଇ ଦିଆଯାଇଛି।

ରାମନବମୀ ଓ ନିର୍ବାଚନ ରହିଥିବାରୁ ଆଇପିଏଲ ମ୍ୟାଚ୍‌ ପାଇଁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବା ନେଇ କୋଲକାତା ପୋଲିସ ଅକ୍ଷମତା ପ୍ରକାଶ କରିଥିଲା। କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲର ସଭାପତି ସ୍ନେହାଶିଷ ଗାଙ୍ଗୁଲି ପତ୍ର ଲେଖି ଅନୁରୋଧ କରିବା ପରେ ମ୍ୟାଚ୍‌ ଗୋଟିଏ ଦିନ ପଛକୁ କରି ଦିଆଯାଇଛି।

Share