Categories: ଖେଳ

ଇନଷ୍ଟାଗ୍ରାମରୁ ପରସ୍ପରକୁ ଅନଫଲୋ କଲେ ହାର୍ଦ୍ଦିକ-ରୋହିତ, ଜାଣନ୍ତୁ ଭାଇରାଲ ଦାବିର ସତ୍ୟତା…

ନୂଆଦିଲ୍ଲୀ,୮।୨: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଅନେକ ପରିବର୍ତ୍ତନ ହୋଇଛି। ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦିଆଯାଇଛି। ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟାନ୍ସରୁ ମୁମ୍ବାଇ ଅଣାଯାଇଛି। ଦଳ ପରିଚାଳନାର ଏହି ନିଷ୍ପତ୍ତି ପରେ ବିବାଦ ବୃଦ୍ଧି ପାଇଛି। ବର୍ତ୍ତମାନ ଦାବି କରାଯାଉଛି ଯେ, ରୋହିତ ଏବଂ ହାର୍ଦ୍ଦିକ ଇନଷ୍ଟାଗ୍ରାମରୁ ପରସ୍ପରକୁ ଅନଫଲୋ କରିଦେଇଛନ୍ତି।

ବାସ୍ତବରେ ସୋସିଆଲ ମିଡିଆରେ ଦାବି ହେଉଛି ଯେ ହାର୍ଦ୍ଦିକ ଏବଂ ରୋହିତ ଇନଷ୍ଟାଗ୍ରାମରୁ ପରସ୍ପରକୁ ଅନଫଲୋ କରିଦେଇଛନ୍ତି। ଏହି ଦାବିର ସତ୍ୟତା ଜାଣିବା ପାଇଁ, ଉଭୟଙ୍କ ପ୍ରୋଫାଇଲ ଯାଞ୍ଚ କରାଯାଇଥିଲା। ହେଲେ ରୋହିତ ଏବଂ ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନଫଲୋ କରିନାହାନ୍ତି। କିନ୍ତୁ ଦୁହେଁ ପରସ୍ପରକୁ ଫଲୋ କରିଥିଲେ କି ନାହିଁ ତାହା ଜଣାପଡିନାହିଁ। ସୋସିଆଲ ମିଡିଆରେ ଏକ ସ୍କ୍ରିନସଟ ଶେୟାର କରାଯାଇଛି । ଏଥିରେ ରିତିକା ସଜଦେହ ଏବଂ ପାଣ୍ଡ୍ୟାଙ୍କ ପ୍ରୋଫାଇଲ ଶେୟାର କରାଯାଇଛି। ଉଭୟେ ପୂର୍ବରୁ ପରସ୍ପରକୁ ଫଲୋ କରିଥିଲେ, କିନ୍ତୁ ଏବେ ଅନଫଲୋ କରିଦେଇଛନ୍ତି।

Share