Categories: ଖେଳ

ଆଇପିଏଲ ୨୦୨୪ ପାଇଁ ପଞ୍ଜାବ କିଙ୍ଗ୍ସର ପ୍ରସ୍ତୁତି ଆରମ୍ଭ, ଦଳକୁ ନେଇ ଏଭଳି କହିଲେ ଶିଖର ଧାୱନ

ନୂଆଦିଲ୍ଲୀ,୩୦।୧: ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶିଖର ଧାୱନ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଧାୱନଙ୍କ ସହ ପଞ୍ଜାବର ଅନ୍ୟ ଖେଳାଳିମାନେ ମଧ୍ୟ ଅଭ୍ୟାସ ଆରମ୍ଭ କରିଛନ୍ତି। କିନ୍ତୁ ଅଧିକାଂଶ ଖେଳାଳି ବର୍ତ୍ତମାନ ଅନ୍ୟ ଦଳ ପାଇଁ ଖେଳୁଛନ୍ତି। ଏଥର ପଞ୍ଜାବ ନିଲାମରେ ଅନେକ ଭଲ ଖେଳାଳିଙ୍କ ଉପରେ ବାଜି ଲଗାଇଛି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ହର୍ଷଲ ପଟେଲଙ୍କ ନାମ। ନିକଟରେ ପଞ୍ଜାବ କଙ୍ଗ୍ସ ଏକ ଭିଡିଓ ଶେୟାର କରିଛି। ଏଥିରେ ଧାୱନ ଦଳ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ସେ କହିଛନ୍ତି ଯେ, ଏଥର ଦଳରେ ବହୁତ ସନ୍ତୁଳନ ରହିଛି।

ପ୍ରକୃତରେ ପଞ୍ଜାବ କିଙ୍ଗ୍ସ ଏକ୍ସରେ ଏକ ଭିଡିଓ ଶେୟାର କରିଛି। ଏଥିରେ ଧାୱନ କହିଛନ୍ତି ଏଥର ଆମ ଦଳ ବହୁତ ସନ୍ତୁଳିତ ଅଛି। ଆମର ହର୍ଷଲ ପଟେଲ ଅଛନ୍ତି। ତାଙ୍କର ବହୁତ ଅଭିଜ୍ଞତା ଅଛି । ଏଥିସହିତ ଆମର କ୍ରିସ ୱାକସ ମଧ୍‌ୟ ଅଛନ୍ତି। ସେ ଜଣେ ଉତ୍କୃଷ୍ଟ ଅଲରାଉଣ୍ଡର । ଆମ ଦଳର ସମ୍ପୂର୍ଣ୍ଣ ଧ୍ୟାନ ପ୍ରକ୍ରିୟା ଉପରେ ରହିଥାଏ । ଆମେ ପ୍ରତ୍ୟେକ ମ୍ୟାଚରେ ୧୦୦ ପ୍ରତିଶତ ଦେଇଥାଉ। ଏଥର ଆମେ ଅଧିକ ପ୍ରସ୍ତୁତି ସହିତ ମଇଦାନକୁ ପ୍ରବେଶ କରିବୁ ।

ପଞ୍ଜାବ ଆଇପିଏଲ ୨୦୨୪ ନିଲାମରେ ହର୍ଷଲଙ୍କୁ କିଣିଛି। ତାଙ୍କର ମୂଳ ମୂଲ୍ୟ ଥିଲା ୨ କୋଟି ଟଙ୍କା। ହେଲେ ପଞ୍ଜାବ ତାଙ୍କୁ ୧୧.୭୫ କୋଟି ଟଙ୍କା ଦେଇ କିଣିଛି। ଯଦି ଆମେ ହର୍ଷଲଙ୍କ ଆଇପିଏଲ ରେକର୍ଡକୁ ଦେଖିବା, ତେବେ ସେ ୯୨ ଟି ମ୍ୟାଚରେ ୧୧୧ ଉଇକେଟ୍‌ ନେଇଛନ୍ତି। ଟିମ ଇଣ୍ଡିଆ ପାଇଁ ହର୍ଷଲ ୨୫ ଟି -୨୦ ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ ୨୯ଟି ଉଇକେଟ୍‌ ନେଇଛନ୍ତି। ସେ ମୋଟ ୧୭୮ ଟି -୨୦ ମ୍ୟାଚରେ ୨୦୯ ଉଇକେଟ୍‌ ନେଇଛନ୍ତି। ଏହି ସମୟରେ ସେ ୧୦୦ ଇନିଂସରେ ବ୍ୟାଟିଂ କରୁଥିବାବେଳେ ୧୨୩୫ ର୍‌ନ ମଧ୍ୟ କରିଛନ୍ତି।

Share