Categories: ଖେଳ

ପଡ଼ିଆରେ ଲଢେଇ, ଡ୍ରେସିଂ ରୁମ୍‌ରେ କୋଳାକୋଳି

ନୂଆଦିଲ୍ଲୀ,୧୭।୫: ଆଇପିଏଲ ୨୦୨୪ର ୬୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସର ଘରୋଇ ଗ୍ରାଉଣ୍ଡ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ ଚେନ୍ନାଇ ଦଳ ବେଙ୍ଗାଲୁରୁରେ ପହଞ୍ଚି ଅଭ୍ୟାସ କରୁଛି। ବେଙ୍ଗାଲୁରୁ ଏବଂ ଚେନ୍ନାଇ ପାଇଁ ପ୍ଲେ ଅଫ ପାଇଁ ଏହା ଏକ କର ବା ମର ମ୍ୟାଚ। ଏହି ହାଇ ଭୋଲଟେଜ ମ୍ୟାଚ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏହାର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ଶେୟାର କରିଛି । ଏଥିରେ ସେ ଚା’ ଦେଇ ଏମଏସ ଧୋନୀଙ୍କୁ ସ୍ବାଗତ କରୁଛନ୍ତି।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ର ସୋସିଆଲ ମିଡିଆ ଟିମ୍‌ ମଧ୍ୟ ସେମାନଙ୍କର ହୋଷ୍ଟିଂକୁ ପ୍ରଶଂସା କରି ଏକ ପାଷ୍ଟ କରିଛନ୍ତି। ଏହି ପୋଷ୍ଟରେ ୪୨ ବର୍ଷୀୟ ଏମଏସ ଧୋନୀ ନେଟ ଅଭ୍ୟାସ ସମୟରେ ରୟାଲ ଚ୍ୟାଲେଞ୍ଜର୍ସଙ୍କ ଡ୍ରେସିଂ ରୁମରେ ପହଞ୍ଚି ହସୁଥିବା ଦେଖାଯାଇଥିଲା। ସେ ଚେନ୍ନାଇ ସୁପର କିଙ୍ଗ୍ସର ଟ୍ରେନିଂ ଜର୍ସି ପିନ୍ଧିଥିଲେ। ସେଠାରେ ବେଙ୍ଗାଲୁରୁ ଦଳର ସପୋର୍ଟ ଷ୍ଟାଫ ତାଙ୍କୁ ଏକ ଗରମ ଚା ’ଦେଇଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବବେଙ୍ଗାଲୁରୁ ପୋଷ୍ଟରେ ଲେଖିଛି- ବେଙ୍ଗାଲୁରୁରେ ମାହିଙ୍କୁ ସ୍ବାଗତ।

Share