Categories: ଖେଳ

ଆଇପିଏଲ ୨୦୨୪: ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନି-କୋହଲି

ନୂଆଦିଲ୍ଲୀ,୨୨।୨: ଆଇପିଏଲ ୨୦୨୪ ପ୍ରଥମ ପର୍ଯ୍ୟାୟ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ମାର୍ଚ୍ଚ ୨୨ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ଏହି ଟୁର୍ନାମେଣ୍ଟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ବର୍ତ୍ତମାନ କେବଳ ଆଇପିଏଲ ୨୦୨୪ର ପ୍ରଥମ ୨୧ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ।

ଚଳିତ ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ମତଦାନ ତାରିଖ ପରେ ହିଁ ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ପ୍ରକାଶ ପାଇବ। ବର୍ତ୍ତମାନ କେବଳ ଏପ୍ରିଲ ୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚଗୁଡିକର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ । ଏହାର ଅର୍ଥ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଘରୋଇ ମଇଦାନ ସହିତ ଟୁର୍ନାମେଣ୍ଟ ଆରମ୍ଭ କରିବ। ପ୍ରଥମ ମ୍ୟାଚରେ ଧୋନି-କୋହଲିଙ୍କ ମଧ୍ୟରେ ଟକ୍କର ହେବ।

Share