IPL 2025 ପ୍ରଥମ ସପ୍ତାହରେ viewership ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ,୨୯।୩: IPL ସିଜିନ ୧୮ ଚମତ୍କାର ଭାବରେ ଆରମ୍ଭ ହୋଇଛି। କେବଳ ଗୋଟିଏ ସପ୍ତାହ ମଧ୍ୟରେ ଆମେ ଅନେକ ରୋମାଞ୍ଚକର ମ୍ୟାଚ ଦେଖିଛୁ। ଏହି ମ୍ୟାଚ୍‌ଗୁଡ଼ିକରେ ଅନେକ ରେକର୍ଡ ହୋଇଛି ଏବଂ ଭାଙ୍ଗିଛି କିନ୍ତୁ ଦର୍ଶକଙ୍କ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ଗୋଟିଏ ରେକର୍ଡ ହୋଇଛି। ଟିଭି ଏବଂ JioHotstarରେ ପ୍ରଥମ ସପ୍ତାହାନ୍ତର ୩ଟି ମ୍ୟାଚର ମୋଟ ଓ୍ବାଚ୍‌ ଟାଇମ୍‌ ୫ ହଜାର କୋଟି ମିନିଟ ଥିଲା। ଯାହା ଗତ ସିଜିନ ତୁଳନାରେ ୩୩ ପ୍ରତିଶତ ଅଧିକ।

ପ୍ରଥମ ୩ଟି ମ୍ୟାଚରେ ଷ୍ଟାର ସ୍ପୋର୍ଟସ ୨୫.୩ କୋଟି ଦର୍ଶକ ପାଇଛି। ଏହା ପ୍ରଥମ ଥର ଯେ କୌଣସି IPL ସିଜିନ ପ୍ରଥମ ସପ୍ତାହାନ୍ତରେ ଏତେ ଅଧିକ ଦର୍ଶକ ଦେଖିଛନ୍ତି। ଏଗୁଡ଼ିକରେ ମୋଟ ଦେଖିବା ସମୟ ୨,୭୭୦ ଥିଲା, ଯାହା ଗତ ବର୍ଷ ତୁଳନାରେ ୨୨ପ୍ରତିଶତ ଅଧିକ।

IPL 2025 କୋଲକାତା ନାଇଟ ରାଇଡର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ ସହିତ ଆରମ୍ଭ ହୋଇଥିଲା। ଏହି ଉଦଘାଟନୀ ମ୍ୟାଚ ଶନିବାର, ୨୨ ମାର୍ଚ୍ଚରେ ଖେଳାଯାଇଥିଲା। ରବିବାର ୨ଟି ମ୍ୟାଚ ଥିଲା। ପ୍ରଥମ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ। ଦ୍ୱିତୀୟ ମ୍ୟାଚ ଥିଲା ଚେନ୍ନାଇ ସୁପର କିଙ୍ଗ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ଏହି ୩ଟି ମ୍ୟାଚ JioHotstarରେ ୧୩୭ କୋଟି ଭ୍ୟୁ ପାଇଛି। ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ, ଏହା ପ୍ରଥମ ଥର ଯେ ଆଇପିଏଲ ଏହାର ପ୍ରଥମ ସପ୍ତାହାନ୍ତରେ ଏତେ ଦର୍ଶକଙ୍କ ସଂଖ୍ୟା ଦେଖିଛି। ଏହା ଗତ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ। ଡିଜିଟାଲ ପ୍ଲାଟଫର୍ମର ୱାଚ ଟାଇମ ୨,୧୮୬ ଥିଲା।

 

Share