Categories: ଖେଳ

ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିପାରେ ବଡ଼ ଝଟ୍‌କା, ସିଏସ୍‌କେ ଯିବେ ଏହି ଖେଳାଳି…

ନୂଆଦିଲ୍ଲୀ,୧୮।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୫) ଲାଗି ଦଳଗୁଡ଼ିକ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ମାମଲଶରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ରହିଛି। କିଛିଦିନ ପୂର୍ବେ କୋଚ୍‌ ରିକି ପଣ୍ଟିଂ ଦଳ ଛାଡ଼ିଥିଲେ। ଏବେ ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ତଥା ଅଧିନାୟକ ଋଷଭ ପନ୍ତ ଦଳ ଛାଡ଼ି ପାରନ୍ତି ବୋଲି କୁହାଯାଉଛି। ସେ ନୂଆ ଟିମ୍‌ ପକ୍ଷରୁ ଖେଳୁଥିବା ନଜର ଆସିବେ। ଏବେ ଯାଏ ପନ୍ତ ନଚେତ ଦିଲ୍ଲୀ ପକ୍ଷରୁ କୌଣସି ଆଧିକାରୀକ ବୟାନ ସାମ୍ନାକୁ ଆସିନାହିଁ। ହେଲେ ସେ ୫ ଥରର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସରେ ସାମିଲ ହୋଇପାରନ୍ତି।

ଆଇପିଏଲ୍‌ର ସଫଳ ଅଧିନାୟକ ଭାବେ ପରିଗଣିତ ହେଉଥିବା ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ ୨୦୨୫ ପରଠାରୁ ସନ୍ନ୍ୟାସ ନେବେ। ଏମିତିରେ ଦଳକୁ ଜଣେ ଉଇକେଟକିପରର ଆବଶ୍ୟକତା ପଡ଼ିବ। ପନ୍ତ ଦଳ ସହ ଯୋଡ଼ି ହେଲେ ଖାଲିସ୍ଥାନ ପୂରଣ ହେବ।

ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ୪୩ ମ୍ୟାଚ୍‌ରେ ଅଧିନାୟକ ସାଜିଥିଲେ। ତାଙ୍କ ଅଧିନାୟକତ୍ୱରେ ଦଳ ୨୪ ମ୍ୟାଚ୍‌ରେ ବିଜେତା ହୋଇଥିଲା। ସେ ଦଳ ପାଇଁ ସବୁଠାରୁ ଅଧିକ ମ୍ୟାଚ୍‌ରେ ଅଧିନାୟକ ହେବା ମାମଲାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଗତ ବର୍ଷ ସେ ଆଇପିଏଲ୍‌ ପୁଣି ଖେଳିବାକୁ ଓହ୍ଲାଇ ଚମତ୍କାର ପ୍ରଦର୍ଶନ କରିଥିଲେ। ୧୩ ମ୍ୟାଚ୍‌ରେ ୧୫୫.୪୦ ଷ୍ଟ୍ରାଇକ୍‌ ରେଟ୍‌ ସହ ୪୪୬ ରନ୍‌ କରିଥିଲେ।

Share