Categories: ଖେଳ

ନିରାଶ ହେଲେ ସ୍ମିଥ୍‌, ତ୍ରିଶତକ ମାରିଥିବା ନାୟାରଙ୍କୁ ବି କେହି କିଣିଲେ ନାହିଁ; ଦେଖନ୍ତୁ ଅନସୋଲ୍ଡ ଖେଳାଳିଙ୍କ ତାଲିକା

ଦୁବାଇ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୪ ଲାଗି ମଙ୍ଗଳବାର ମିନି ଅକ୍ସନ ଶେଷ ହୋଇଛି। ଏହି ସମୟରେ ଅନେକ ଚର୍ଚ୍ଚିତ ଖେଳାଳିଙ୍କ ଉପରେ ନିଲାମ ଡକା ଯାଇଥିଲା। ମିଚେଲ ଷ୍ଟାର୍କ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ପାଲଟିଥିଲେ। ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟି ଟଙ୍କାରେ କିଣିଛି। ଏହାଛଡ଼ା ପ୍ୟାଟ୍‌ କୁମିନ୍ସ ଏବଂ ଡାରିଲ ମିଚେଲଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ହେଲେ ଏହି ଅକ୍ସନରେ ଅନେକ ବଡ଼ କ୍ରିକେଟରଙ୍କୁ କ୍ରେତା ମିଳି ନ ଥିବାରୁ ସେମାନେ ଅନସୋଲ୍ଡ ରହିଥିବା ଦେଖାଯାଇଛି।
ଅନସୋଲ୍ଡ ଖେଳାଳି ତାଲିକାରେ ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ଷ୍ଟିଭ ସ୍ମିଥ୍‌ ଏବଂ ଟେଷ୍ଟ କ୍ରିକେଟରେ ତ୍ରିଶତକ ମାରି ଚର୍ଚ୍ଚାକୁ ଆସିଥିବା କରୁଣ ନାୟାର ଅଛନ୍ତି। ସ୍ମିଥ୍‌ଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିବା ବେଳେ ନାୟରଙ୍କର ୫୦ ଲକ୍ଷ ଥିଲା।
ଦେଖନ୍ତୁ ଅନ୍‌ସୋଲ୍ଡ ଖେଳାଳିଙ୍କ ସମ୍ପୂର୍ଣ୍ଣ ତାଲିକା:
ରିଲି ରୋସୋ, କରୁଣ ନାୟାର, ଷ୍ଟିଭ୍‌ ସ୍ମିଥ, ମନୀଷ ପାଣ୍ଡେ, ଫିଲ୍‌ ସଲ୍ଟ, ଜୋଶ୍‌ ଇଂଲିଶ, କୁସାଲ ମେଣ୍ଡିସ, ଲୋକି ଫର୍ଗୁସନ, ଜୋଶ୍‌ ହାଜେଲଉଡ୍‌, ଆଡିଲ ରଶିଦ, ଓ୍ବାକର ସଲମଖିଲ, ଅକେଲ ହୋସେନ, ଇଶ୍‌ ସୋଧି, ଟାବ୍ରାଇଜ୍‌ ଶାମସି, ମୁଜିବ ଉର ରହମନ, ରୋହନ କୁନ୍ନୁମ୍ମାଲ, ସୌରଭ ଚୌହାନ, ପ୍ରିୟାଂଶ ଆର୍ଯ୍ୟ, ମନନ ଭୋରା, ମହମ୍ମଦ ଅର୍ଶଦ ଖାଁ, ସର୍ଫରାଜ ଖାଁ, ରାଜ ବାଓ୍ବା, ବିଭ୍ରାନ୍ତ ଶର୍ମା, ଅତୀତ ଶେଠ୍‌, ହ୍ରିତିକ ଶୋକେନ, ଉର୍ଭିଲ ପଟେଲ, ବିଷ୍ଣୁ ସୋଲାଙ୍କି, କୁଲଦୀପ ଯାଦବ, ଇଶାନ ପୋରେଲ, ଶିବା ସିଂ, ମୁରୁଗାନ ଅଶ୍ୱିନ, ପୁଲକିତ ନାରଙ୍ଗ, ଫିନ୍‌ ଆଲେନ, କଲିନ ମୁନ୍‌ରୋ, ରସି ଭାନ୍‌ ଡର୍‌ ଡୁସେନ, କ୍ୱାଇସ ଅହମଦ, ଆଷ୍ଟନ ଟର୍ନର, ମିଚେଲ ବ୍ରାସଓ୍ବେଲ, ଜେମ୍ସ ନିଶାମ, କେମୋ ପଲ୍‌, ଓଡେନ ସ୍ମିଥ୍‌, ଶାଇ ହୋପ୍‌, ଦୁଶ୍ମନ୍ତ ଚାମିରା, ବେନ୍‌ ଡ୍ବାରଶୁଇସ, ମ୍ୟାଟ୍ଟ ହେନରି, କାଏଲ ଜେମିସନ।
Share